No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୨୮ ସେପ୍ଟେମ୍ୱର ମଙ୍ଗଳବାର ) ଭୁବନେଶ୍ୱର :- କେନ୍ଦ୍ର ବିଜେପି ସରକାରଙ୍କ କୃଷି ମାରଣ ନୀତି ଯୋଗୁଁ ଦେଶରେ ଚାଷୀମାନଙ୍କର ଜୀବନ ଜୀବିକା ଦୁର୍ବିସହ ହୋଇପଡ଼ିଛି । କୃଷକମାନେ ଆମର ଅନ୍ନଦାତା ଓ ଅର୍ଥନୀତିର ମେରୁଦଣ୍ଡ । କୃଷକ ଭାଇଭଉଣୀମାନେ ଭାରତ ସରକାରଙ୍କ ଦ୍ୱାରା ପ୍ରଣୀତ ୩ଟି କଳା କୃଷି ଆଇନକୁ ବିରୋଧ କରିବା ଏବଂ ପ୍ରତ୍ୟାହାର କରିବା ସଂପୂର୍ଣ୍ଣ ଯଥାର୍ଥ ଓ ଯୁକ୍ତି ସଂଗତ ବୋଲି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଆଜି ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାରେ ରାଜଧାନୀରେ ସାମିଲ ହୋଇ ମତବ୍ୟକ୍ତ କରିଛନ୍ତି । ଭାରତୀୟ ଜାତୀୟ କଂଗ୍ରେସ ସମେତ ଦେଶର ୧୯ ଗୋଟି ସମଭାବାପନ୍ନ ରାଜନୈତିକ ଦଳ ଏହି ବନ୍ଦକୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି ବୋଲି କହିବା ସହ ଦୀର୍ଘ ଦିନ ଧରି କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ, ଧର୍ମଘଟ ଜାରି ରହିଥିଲେ ମଧ୍ୟ କେନ୍ଦ୍ର ସରକାର ସେଥିପ୍ରତି ଦୃଷ୍ଟି ନଦେବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ସେ କହିଛନ୍ତି ।

କଂଗ୍ରେସ ଦଳ ସର୍ବଦା ଚାଷୀମାନଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଇ ଆସିଛି । ବିଗତ ଦିନରେ ଅନୁଷ୍ଠିତ ଭାରତ ବନ୍ଦକୁ ମଧ୍ୟ କଂଗ୍ରେସ ଦଳ ସମର୍ଥନ କରିଛି ଏବଂ ଆଜି ମଧ୍ୟ ସେଥିପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରରେ କଂଗ୍ରେସ ଦଳ ଭାରତ ବନ୍ଦରେ ସାମିଲ ହୋଇ ଆନ୍ଦୋଳନ କରିଛି ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହି ଅବସରରେ କୃଷକମାନଙ୍କର ବୃହତର ହିତ ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ତ କଂଗ୍ରେସ ନେତୃବୃନ୍ଦ, ଜିଲ୍ଲା କଂଗ୍ରେସ ସଭାପତି, ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର କର୍ମକର୍ତାମାନେ ୧୯ଟି ସମଭାବାପର୍ଣ୍ଣ ଦଳର ନେତୃବୃନ୍ଦ ଓ କର୍ମକର୍ତା ଓ ସର୍ବୋପରି ସାଧାରଣ ଜନତା ବନ୍ଦରେ ସ୍ୱତଃସ୍ପୃତ ସକ୍ରୀୟ ସହଯୋଗ ଓ ଅଂଶଗ୍ରହଣ କରି ପୂର୍ଣ୍ଣ ମାତ୍ରାରେ ବନ୍ଦକୁ ସଫଳ କରିଥିବାରୁ ଓଡ଼ିଶାବାସୀ ଏବଂ କଂଗ୍ରେସ କର୍ମୀଙ୍କୁ ଶ୍ରୀଯୁକ୍ତ ପଟ୍ଟନାୟକ ଧନ୍ୟବାଦ ଜଣେଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ଭାରତ ବନ୍ଦର ଧର୍ମଘଟରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଏଆଇସିସି ସଂପାଦକ ଜି ରୁଦ୍ର ରାଜୁ, ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ମନୋରଞ୍ଜନ ଦାଶ, ପଦ୍ମାକର ଗୁରୁ, କିଶୋର ଜେନା, ଅମୀୟ କୁମାର ପଟ୍ଟନାୟକ, ସୁଦର୍ଶନ ଦାସ, ସତ୍ୟବ୍ରତ ନାୟକ, ପ୍ରଣତୀ ମିଶ୍ର, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ଜୟକୃଷ୍ଣ ମଲ୍ଲିଆ, ମିହିରି ଆଚାର୍ଯ୍ୟ, ଲିଙ୍ଗରାଜ ସାହୁ, ପ୍ରକାଶ ମିଶ୍ର, ରାଜକିଶୋର ବାରିକ, ତ୍ରିନାଥ ସାହୁ, ସାଗର ପରିଡ଼ା, ସିଲି ସେଠୀ, ସଂକୁନା କହଁର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
No Result
View All Result