ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ଏକ ଆଶ୍ରୟ ଗୃହ (ଚାଇଲଡ ହୋମ)ରୁ ଗତ ୨୭.୦୭.୨୦୨୬ ତାରିଖରୁ ନିଖୋଜ ଥିବା ଜଣେ ନାବାଳିକାଙ୍କୁ ପୁରୀ ପୋଲିସ୍ର ପିସିଆର-୧ ଟିମ୍ ଉଦ୍ଧାର କରିଛି । ଆଜି ତାରିଖ ୦୮.୦୮.୨୦୨୬ ଦିନ ପ୍ରାୟ ଦିବା ୧.୧୦ ମିନିଟ୍ ସମୟରେ ପୋଲିସ୍ର Emergency Response Support System (ERSS) – ଡାଏଲ ୧୧୨ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ପ୍ରାପ୍ତ ହୋଇଥିଲା । ସୂଚନା ପାଇବା ପରେ ପିସିଆର-୧ ଟିମ୍ ତତ୍କାଳ ଘଟଣାସ୍ଥଳକୁ ପହଞ୍ଚି ନାବାଳିକାଙ୍କୁ ଚିହ୍ନଟ କରି ଉଦ୍ଧାର କରିଥିଲେ ।















