No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୮ ସେପ୍ଟେମ୍ୱର ମଙ୍ଗଳବାର ) ବରଗଡ଼ :- ରାଜ୍ୟ ସରକାର ବୃଦ୍ଧ ବୃଦ୍ଧା ଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ଏବେ ବ୍ୟାଙ୍କ ଖାତା କୁ ଦେବେ ବୋଲି କହି ଫେରେଇ ଦେଉଥିବା ଅଭିଯୋଗ ହୋଇଛି । ବହୁ ଅସହାୟ, ଦୁର୍ବଳ, ନିରକ୍ଷର, ବୟସ୍କ ମାନେ ବ୍ୟାଙ୍କ ଯାଇ ଟଙ୍କା ଉଠାଣ କରିବା କୁ ଅସମର୍ଥ । ତେଣୁ ଏହି ବାର୍ଦ୍ଧକ୍ୟ ଭତ୍ତା କୁ ନିଜ ପଡା ବା ୱାର୍ଡ ରେ ପୂର୍ବରୁ ଯେପରି ପାଉ ଥିଲେ ସେହିପରି ବଣ୍ଟନ କରିବାକୁ ଅନୁରୋଧ କରିଛନ୍ତି ।
ବରଗଡ଼ ସହର ଓ ଗ୍ରାମାଞ୍ଚଳର ଏନେକ ବୃଦ୍ଧ ବୃଦ୍ଧା ଆମ୍ ଆଦମୀ ପାର୍ଟି ସହ ଆସି ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଏକ ସ୍ମାରକପତ୍ର ଦେଇ ଥିଲେ । ଏହା ସହ ଦିଲ୍ଲୀ ଭଳି ବାର୍ଦ୍ଧକ୍ୟ ଭତ୍ତା କୁ ୧୫୦୦ ଟଙ୍କା ଦେବାକୁ ଦାବୀ କରିଛନ୍ତି । ଜିଲ୍ଲା ଆବାହକ ଭବାନୀ ସାହୁ, ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ମହିଳା ନେତ୍ରୀ ମରିୟମ ବାର୍ଳା, ଯୁବ ସଂଗଠକ ପୋଲୁସ୍ତ ସାହା, ମମତା ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
No Result
View All Result