No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୬ ସେପ୍ଟେମ୍ବର ରବିବାର ) ବରଗଡ଼ :- ଆଜି ନିଷ୍ଠା ପରିବାର ଓ ମହାନଦୀ ନେତ୍ର ଚିକିତ୍ସାଳୟ ,ପଣ୍ଡାପାଲି, ବୀରମହାରାଜ ପୁର ର ମିଳିତ ଆନୁକୂଲ୍ଯରେ ଦ୍ବିତୀୟ ମାଗଣା କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା ଶିବିର ବରଗଡ଼ ସ୍ବୟଂ ସିଦ୍ଧା ଭବନ ଠାରେ ଅୟୋଜିତ ହୋଇଯାଇଛି। ଏଥିରେ ୧୩୮ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିବି ବେଳେ ସେଥିମଧ୍ୟରୁ ୨୬ ଜଣଙ୍କର ଅପରେସନ କରିବା ନିମନ୍ତେ ଏକ ସ୍ବତନ୍ତ୍ର ବସ୍ ଯୋଗେ ଚିକିତ୍ସାଳୟ କୁ ନିଆଯାଇଛି । ଏହି ଶିବିର କୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ କୃତି ବାସ ରାଉତ ଫିତା କାଟି ଉଦ୍ଘାଟନ କରିଥିଲେ। ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ଦ୍ବାରା ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି କାର୍ଯ୍ୟ କୁ ପ୍ରଶଂସା କରିଥିଲେ ।

ଏହି ଅବସରରେ ନିଷ୍ଠା ପରିବାର ପକ୍ଷରୁ ମହାନଦୀ ନେତ୍ର ଚିକିତ୍ସାଳୟ ର ଡାକ୍ତର ଓ କର୍ମଚାରୀ ଙ୍କୁ ମୋମେଣ୍ଟୋ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ମହାନଦୀ ନେତ୍ର ଚିକିତ୍ସାଳୟ ର ମୁଖ୍ୟ ଡ଼ାକ୍ତର ପି.କେ.ସିଂହ, ସୁଜିତ କୁମାର ଥପା, ଢାଲେଶ କୁମାର ପ୍ରଧାନ ନିଷ୍ଠା ର ସଭାପତି ରକ୍ଷପାଳ ସାହୁ ,ସମ୍ପାଦକ ଅଶ୍ବିନୀ ତ୍ରିପାଠୀ ,କୋଷାଧ୍ଯକ୍ଷ ଶ୍ୟାମ ସୁନ୍ଦର ସାହୁ , ମଦନମୋହନ ଦାଶ , ଆଶିଷ କର, କ୍ଷୀରୋଦ୍ର ସାହୁ ଓ ନିଷ୍ଠା ର ସମସ୍ତ ସଦସ୍ୟ ଓ ନିଷ୍ଠା ମହିଳା ଶାଖା ର ମୁଖ୍ୟ ତ୍ରିପୁରା ସୁହୁଲା, ରିତୁ ପିପଲାନି,ସୋନାଲି ମୁଖାର୍ଜୀ, ପ୍ରଜ୍ଞା ଉତ୍କଳିକା ମିଶ୍ର ପରିଚାଳନାରେ ସହଯୋଗ କରିଥିଲେ । (ସତ୍ୟ ନାରାୟଣ ପ୍ରଧାନ)
No Result
View All Result