ସଂକଳ୍ପ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳନ

ଓଡ଼ିଶା ତାଜା ନିୟୁଜ(୨୫ ସେପ୍ଟେମ୍ବର ଶନିବାର) ଢେଙ୍କାନାଳ:- ପ୍ରତି ବର୍ଷ ସେପ୍ଟେମ୍ବର ୨୫ କୁ ବିଶ୍ୱ ଫାର୍ମାସିଷ୍ଟ ଦିବସ ରୂପେ ପାଳନ କରାଯାଇଥାଏ । ଦିନରାତି ନିସ୍ୱାର୍ଥପର ସେବା କରି ଅନ୍ୟ ମାନଙ୍କ ପାଇଁ ଖଟୁଥିବା ଏହି ଯୋଦ୍ଧା ଙ୍କ ପାଇଁ ଏହି ଦିନଟିକୁ ଉତ୍ସର୍ଗୀକୃତ କରାଯାଇଥାଏ । ଦିନ ହେଉ ବା ରାତି ବା ଥାଉ କୌଣସି ପ୍ରାକୃତିକ ବିପର୍ଯ୍ୟୟ ସବୁ କ୍ଷେତ୍ରରେ ଆଗ ଧାଡିରେ ଥାଆନ୍ତି ଏହି ଯୋଦ୍ଧା ।ତେବେ ରାଜ୍ୟର ଅଗ୍ରଣୀ ସାମାଜିକ ସଙ୍ଗଠନ ସଂକଳ୍ପ ଟ୍ରଷ୍ଟ ପକ୍ଷରୁ ଢେଙ୍କାନାଳ ଜିଲ୍ଲାରେ କିଛି ଏଭଳି ନିଃସ୍ୱାର୍ଥପର ସେବା କରିଆସୁଥିବା ଫାର୍ମାସିଷ୍ଟ ଙ୍କୁ ସମ୍ମାନିତ କରାଯାଇଛି ।

କାଠଗଡା ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଫାର୍ମାସିଷ୍ଟ ସୁରେଶ ନାୟକ, କୁଞ୍ଜକାନ୍ତ ନିବାସୀ ସନ୍ତୋଷ ରାଉତ, ଅମଲାପଡା ନିବାସୀ ଗଣେଶ ଚନ୍ଦ୍ର ମହାପାତ୍ର, ଭାଗୀରଥି ବିହାର ନିବାସୀ ଦିବ୍ୟାଲୋକ ଦାସ, ଦକ୍ଷିଣକାଳୀ ର ଅଂଶୁମାନ ଦାସ, ରାଧାକୃଷ୍ଣ ବଜାରର ବିକାଶ କୁମାର ବରାଳ ଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଛି । ମୁଖ୍ୟ ପରିଚାଳକ ଶୁଭେନ୍ଦୁ ଶତପଥି ଏହି ମାନପତ୍ର ପ୍ରଦାନ କରିଥିବା ବେଳେ ଅନ୍ୟ ସଦସ୍ୟ ଅନିମେଶ ରାଉତ ଏବଂ ଡ଼ା ସତ୍ୟଜିତ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।(ରିପୋର୍ଟ୍, ଅମର ରଞ୍ଜନ ଦାସ), ଢେଙ୍କାନାଳ