• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

୨୬ ତାରିଖ ଅର୍ଥାତ ରବିବାର ସନ୍ଧ୍ୟା ସୁଦ୍ଧା : ଓଡ଼ିଶାର ଦକ୍ଷିଣ ଉପକୂଳ ଗୋପାଳପୁର ଓ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ବିଶାଖାପାଟଣା ମଧ୍ୟ ଦେଇ ସ୍ଥଳଭାଗ ଅତିକ୍ରମ କରିବ

Proprietor Abhimanyu Maharana by Proprietor Abhimanyu Maharana
September 25, 2021
in ଓଡ଼ିଶା, ଖୋର୍ଦ୍ଧା, ପୁରୀ, ମହାନଗର, ହୋମ୍
0
୨୬ ତାରିଖ ଅର୍ଥାତ ରବିବାର ସନ୍ଧ୍ୟା ସୁଦ୍ଧା : ଓଡ଼ିଶାର ଦକ୍ଷିଣ ଉପକୂଳ ଗୋପାଳପୁର ଓ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ବିଶାଖାପାଟଣା ମଧ୍ୟ ଦେଇ ସ୍ଥଳଭାଗ ଅତିକ୍ରମ କରିବ
Share on FacebookShare on TwitterWhatsapp

ଲ୍ୟାଣ୍ଡଫଲ୍‌ ସମୟରେ ଘଣ୍ଟାପ୍ରତି ପବନର ବେଗ ୭୦ରୁ ୮୦ କିମି ରହିବ । ସ୍ଥଳବିଶେଷରେ ୯୦ କିମି ବେଗରେ ଝଟ୍‌କା ଦେବ

ଏହାର ପ୍ରଭାବରେ ୨୫ ତାରିଖ ରାତିଠାରୁ ଓଡ଼ିଶା ଉପକୂଳ ଯଥା ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ଲାଗିରହିବ

୨୭ ତାରିଖରେ ନୂଆପଡ଼ା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତିପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ତାଜା ନ୍ୟୁଜ୍ (୨୫ ସେପ୍ଟେମ୍ୱର ଶନିବାର ) ଭୁବନେଶ୍ୱର :- ପୂର୍ବ-କେନ୍ଦ୍ରୀୟ ବଙ୍ଗୋପ ସାଗର ତଥା ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଗତକାଲି ରାତିରେ ଅବପାତରେ ପରିଣତ ହୋଇଛି । ଏ ବର୍ଷ ଦ୍ବିତୀୟ ଥର ପାଇଁ ବାତ୍ୟାର ସମୁଖୀନ ହେବାକୁ ଯାଉଛି ଓଡ଼ିଶା । ଆଜି ଶନିବାର ସକାଳ ସୁଦ୍ଧା ଏହା ଗଭୀର ଅବପାତ‌ରେ ପରିଣତ ହୋଇ ସ୍ଥଳଭାଗମୁହାଁ ହୋଇଛି ଏବଂ ସମୁଦ୍ର ଭିତରେ ବାତ୍ୟା‌ର ରୂପ ନେଉଛି । ଏହି ବାତ୍ୟାର ନାମକରଣ ‘ଗୁଲ୍‌-ଆବ୍‌’ ରଖାଯାଇଛି । ୨୬ ତାରିଖ ଅର୍ଥାତ ରବିବାର ସନ୍ଧ୍ୟା ସୁଦ୍ଧା ଏହା ଓଡ଼ିଶାର ଦକ୍ଷିଣ ଉପକୂଳ ଗୋପାଳପୁର ଓ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ବିଶାଖାପାଟଣା ମଧ୍ୟ ଦେଇ ସ୍ଥଳଭାଗ ଅତିକ୍ରମ କରିବ । ସ୍ପଷ୍ଟ ଭାବେ କହିବାକୁ ଗଲେ ଆନ୍ଧ୍ରର କଳିଙ୍ଗପଟ୍ଟନମ୍‌ ନିକଟରେ ଏହା ସ୍ଥଳଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଶୁକ୍ରବାର ରାତି ୮ଟା ସୁଦ୍ଧା ଏହା ଗୋ‌ପାଳପୁରଠାରୁ ୬୭୦ କିମି ଓ କଳିଙ୍ଗପଟ୍ଟନମ୍‌ଠାରୁ ୭୪୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। କଳିଙ୍ଗପଟ୍ଟନମ୍‌ ନିକଟରେ ସ୍ଥଳଭାଗ ଛୁଇଁଲା ବେଳକୁ ଏହା ଅଧିକ ଘନୀଭୂତ ହୋଇ ଅବପାତରୁ ‘ବାତ୍ୟା’ର ରୂପ ନେବ । ତେବେ ବାତ୍ୟା ‘ଗୁଲ୍‌-ଆବ୍‌’ର ପ୍ରକୋପ ବିଶେଷ ଅଧିକ ରହିବ ନାହିଁ । ଲ୍ୟାଣ୍ଡଫଲ୍‌ ସମୟରେ ଘଣ୍ଟାପ୍ରତି ପବନର ବେଗ ୭୦ରୁ ୮୦ କିମି ରହିବ । ସ୍ଥଳବିଶେଷରେ ୯୦ କିମି ବେଗରେ ଝଟ୍‌କା ଦେବ । ଏହାର ପ୍ରଭାବରେ ୨୫ ତାରିଖ ରାତିଠାରୁ ଓଡ଼ିଶା ଉପକୂଳ ଯଥା ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ଲାଗିରହିବ । ତାହାକୁ ନଜରରେ ରଖି ପାଣିପାଗ ବିଭାଗ ପକ୍ଷରୁ ଉକ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବାତ୍ୟା ସ୍ଥଳଭାଗକୁ ସ୍ପର୍ଶ କରିବା ସମୟରେ କନ୍ଧମାଳ, ଗଞ୍ଜାମ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ଅତିରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷାର ଆଶଙ୍କା ରହିଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ତେବେ ଏହି ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ଏତେଟା ପଡ଼ିବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି। ସେ କହିଛନ୍ତି ଯେ ଆମେରିକାର ଜେଟିସି ମଡେଲର ଆକଳନ ଅନୁସାରେ ଗତକାଲି ଅପରାହ୍ନ ସାଢ଼େ ୧ଟା ସୁଦ୍ଧା ଲଘୁଚାପଟି ବାତ୍ୟା ରୂପ ନେଇଛି । ସଂଧ୍ୟା ସାଢ଼େ ୫ଟାରେ ପବନର ‌ବେଗ ଘଣ୍ଟାପ୍ରତି ୭୨ କିମି ରହିଥିବା ବେଳେ ୮୭ କିମି ବେଗରେ ପବନର ଝଟ୍‌କା ରହିଛି । ଘଣ୍ଟାପ୍ରତି ୭ କିମି ବେଗରେ ଏହା ପଶ୍ଚିମ ଆଡ଼କୁ ମୁହାଁଉଛି। କ୍ରମଶଃ ଘନୀଭୂତ ହୋଇ ୨୬ ତାରିଖ ସଂଧ୍ୟା ବେଳକୁ ସ୍ଥଳଭାଗ ସ୍ପର୍ଶ କରିବା ବେଳକୁ ଦୁର୍ବଳ ହୋଇଯିବ । ଫଳରେ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ପାଗ ମେଘୁଆ ରହିବ ଓ ଗଞ୍ଜାମ ଉପକୂଳରେ ପବନର ବେଗ ଅପେକ୍ଷାକୃତ ଅଧିକ ରହିବ। ଅନ୍ୟପକ୍ଷରେ ଇସିଏମ୍‌ଡବ୍ଲ୍ୟୁ ମଡେଲ କହୁଛି, ଲଘୁଚାପଟି ବାତ୍ୟା ରୂପ ନେବାର ସମ୍ଭାବନା ରହିଛି । ୨୬ ତାରିଖ ମଧ୍ୟାହ୍ନ ପରେ ଓଡ଼ିଶା ଉପକୂଳ ଛୁଇଁପାରେ । ବାତ୍ୟା ନ ହେଲେ ଗଭୀର ଅବପାତର ସମ୍ଭାବନା ଅଧିକ । ଜିଏଫ୍‌ଏସ୍‌-ଏନ୍‌ସିଇପି ଓ ଆଇସିଓଏନ୍‌-୧୩ ମଡେଲ କିନ୍ତୁ ବାତ୍ୟା ବା ଅବପାତ ସମ୍ପର୍କରେ କୌଣସି ସୂଚନା ଦେଉନାହାନ୍ତି । ୨୭ ତାରିଖରେ ଲଘୁଚାପଟି ବିଶାଖାପାଟଣା ଉପକୂଳରେ ରହିବା ସହ ଓଡ଼ିଶାରେ ପବନ କି ବିଶେଷ ବର୍ଷାର ସମ୍ଭାବନା ନାହିଁ ବୋଲି ଏହି ମଡେଲ୍ କହୁଛି ।

ସେପଟେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଏବେଠୁ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି)ଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ପବନ ସହ ୨୦୦ ମିମିରୁ ଅଧିକ ପରିମାଣର ବର୍ଷା ହେବାକୁ ଥିବାରୁ ତଳିଆ ଅଞ୍ଚଳରେ ବନ୍ୟା, ଜଳବନ୍ଦୀ ଭଳି ସମସ୍ୟା ଉପୁଜିପାରେ । ମାଟି ଘର ଭାଙ୍ଗିବା ସହ ରାସ୍ତା ଧୋଇ ଯିବାର ବି ଆଶଙ୍କା ରହିଛି । ଦକ୍ଷିଣ ଓଡ଼ିଶାର ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ଆଶଙ୍କା ରହିଛି। ବାତ୍ୟା ଦ୍ୱାରା ଫସଲ କ୍ଷତି ହେବାର ସମ୍ଭାବନା ରହିଛି । ତେଣୁ ପ୍ରଭାବିତ ଅଞ୍ଚଳକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ୨୭ ତାରିଖରେ ନୂଆପଡ଼ା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତିପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ତେଣୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଦୁଇ ଦିନ ପାଇଁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ଭିତରକୁ ପ୍ରବେଶ ପାଇଁ ବାରଣ ହୋଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

March 12, 2026
ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
ମହିଳା ଦିବସ ଅବସରରେ ଆଫସାର ହର୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ

AAFSA’s “Her Odisha” Program on the Occasion of International Women’s Day

March 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

March 12, 2026
ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version