• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆର୍ଥିକ ବର୍ଷ ୨୦୨୧-୨୨ର ଦ୍ୱିତୀୟାର୍ଦ୍ଧରେ ପ୍ରାକ୍‌-କୋଭିଡ୍ ସ୍ଥିତି ଫେରିବା ନେଇ ହାଉସିଂ ଫାଇନାନ୍ସ କଂପାନି ଆଶାବାଦୀ

Proprietor Abhimanyu Maharana by Proprietor Abhimanyu Maharana
September 23, 2021
in ଓଡ଼ିଶା, ବାଣିଜ୍ୟ, ହୋମ୍
0
ଆର୍ଥିକ ବର୍ଷ ୨୦୨୧-୨୨ର ଦ୍ୱିତୀୟାର୍ଦ୍ଧରେ ପ୍ରାକ୍‌-କୋଭିଡ୍ ସ୍ଥିତି ଫେରିବା ନେଇ ହାଉସିଂ ଫାଇନାନ୍ସ କଂପାନି ଆଶାବାଦୀ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୩ ସେପ୍ଟେମ୍ବର ଗୁରୁବାର ) ଭୁବନେଶ୍ୱର :- କରୋନା ମହାମାରୀର ଦ୍ୱିତୀୟ ଲହର ଦ୍ୱାରା ରିଅଲ ଇଷ୍ଟେଟ୍ କ୍ଷେତ୍ର ପ୍ରଭାବିତ ହୋଇଥିବାରୁ ୨୦୨୧- ୨୨ ଆର୍ଥିକ ବର୍ଷର ପ୍ରଥମ ଭାଗ ହାଉସିଂ ଫାଇନାନ୍ସ କଂପାନିଗୁଡ଼ିକ ଲାଗି ବେଶ କଷ୍ଟକର ରହିଥିଲା । ଏହାର ଫଳ ସ୍ୱରୂପ ଗୃହ ଋଣ ଆବଂଟନରେ ମାନ୍ଦାବସ୍ଥା ଦେଖିବାକୁ ମିଳିଥିଲା । ମହାମାରୀ ବ୍ୟାପିବା ପରେ ପରିଶୋଧ ମଧ୍ୟ ପ୍ରଭାବିତ ହୋଇଛି । ମାତ୍ର ସ୍ୱାଭାବିକ ସ୍ଥିତି ପର୍ଯ୍ୟାୟକ୍ରମେ ଫେରୁଥିବାରୁ ୨୦୨୧-୨୨ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ ପୁନରୁଦ୍ଧାର ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ସେପ୍ଟେ୍‌ମ୍ବର ପରଠାରୁ କାର୍ଯ୍ୟକଳାପରେ ଉନ୍ନତି ହୋଇଥିବା ବେଳେ ବିକ୍ରି ବଢ଼ିଛି ଓ ହାଉସିଂ ଫାଇନାନ୍ସ କଂପାନିଗୁଡ଼ିକର ଆବଂଟନରେ ଉନ୍ନତି ହୋଇଛି । ୨୦୨୧ର ଜାନୁଆରିରୁ ମାର୍ଚ୍ଚ ସବୁଠୁ ଭଲ ସମୟ ଥିଲା ଯେତେବେଳେ ଆବଂଟନ ମହାମାରୀ ପୂର୍ବବର୍ତୀ ସ୍ଥିତିରେ ପହଂଚିଥିଲା । ଷ୍ଟାମ୍ପ୍ ଡ୍ୟୁଟିରେ ହ୍ରାସ, କମ୍ ସୁଧ ହାର, ଘରର ମାଲିକ ହେବା ଲାଗି ଲୋକମାନଙ୍କ ମଧ୍ୟରେ ଆଗ୍ରହ ଏବଂ ଆକର୍ଷଣୀୟ ମୂଲ୍ୟରେ ଆବାସିକ ଗୃହ ଉପଲବ୍ଧ ହେବା ସହ ଡେଭେଲପ୍‌ରମାନେ ଦେଉଥିବା ଲୋଭନୀୟ ଅଫର ଯୋଗୁଁ ଏହି କ୍ଷେତ୍ରରେ ଦ୍ରୁତ ସୁଧାର ଘଟିଛି ।

ଲାୟାସିସ୍ ଫୋରାସ୍‌ର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ପଙ୍କଜ କପୁର କହିଛନ୍ତି ଯେ, “କୋଭିଡ୍‌ର ପ୍ରଥମ ଲହର ପରେ ଭାରତରେ ଆବାସିକ ଗୃହ ବଜାରରେ ଉଲ୍ଲେଖନୀୟ ପୁନରୁଦ୍ଧାର ହୋଇଥିଲା । ଷ୍ଟାମ୍ପ୍ ଡ୍ୟୁଟି ହ୍ରାସ, ସୁଧ ହାର ହ୍ରାସ ପାଇବା , ଡେଭେଲପ୍‌ର ମାନେ ଦେଉଥିବା ସ୍କିମ୍ ଓ ରିହାତି ଯୋଗୁଁ ପ୍ରଥମ ଲହରର ପୁନରୁଦ୍ଧାର ତ୍ୱରାନ୍ୱିତ ହୋଇଥିବା ବେଳେ ଦ୍ୱିତୀୟ ଲହରରେ ମଧ୍ୟ ସେହି ଧାରା ବଜାୟ ରହିଛି । ଆମର ତଥ୍ୟରୁ ଜଣାପଡ଼ିଛି ଯେ ୨୦୨୧ କ୍ୟାଲେଣ୍ଡର ବର୍ଷର ପ୍ରଥମ ଭାଗରେ ବିକ୍ରି ୧,୬୫,୬୦୦ ୟୁନିଟ୍ ହୋଇଛି ଯାହା ୨୦୨୦ର ଦ୍ୱିତୀୟ ଭାଗ ବିକ୍ରି ତୁନାରେ ୨୫% ଓ ପ୍ରଥମ ଭାଗ ତୁଳନାରେ ୩୦% ଅଧିକ । ବର୍ତମାନ ଷ୍ଟାମ୍ପ୍ ଡ୍ୟୁଟି ଉପରେ କୌଣସି ରିହାତି ମିଳୁନଥିବା ସତ୍ୱେ ଏଭଳି ସଫଳତା ମିଳିଛି । ଏଥିରୁ ଏହା ଜଣାପଡ଼ୁଛି ଯେ ବଜାରରେ ଏଭଳି ପ୍ରଭାବ ରହିବ ଏବଂ ବିକ୍ରିରେ ବୃଦ୍ଧି ଜାରି ରହିବ ।’’ ଏଲ୍‌ଆଇସି ହାଉସିଂ ଫାଇନାନ୍ସର ଏମ୍‌ଡି ଓ ସିଇଓ ଶ୍ରୀଯୁକ୍ତ ୱାଇ ବିଶ୍ୱନାଥ ଗୌଡ଼ କହିଛନ୍ତି ଯେ, ‘ବର୍ତମାନ ପ୍ରଚଳନରେ ଥିବା ଅନଲାଇନ୍ ଅସୁଲ ବ୍ୟବସ୍ଥାରେ ଆମର ସଂଗ୍ରହ ଉପରେ ପ୍ରଭାବ କମ୍ ରହିଛି ।

ଏହି ବ୍ୟବସ୍ଥାକୁ ପ୍ରଥମ ଲହର ପରେ କାର୍ଯ୍ୟକାରୀ କରାଯାଇଥିଲା ଯାହା ଦେଢ଼ ବର୍ଷରୁ ଅଧିକ ସମୟ ଧରି ଜାରି ରହିଛି । ପୁନଶ୍ଚ, ସମସ୍ତ ଇଏମ୍‌ଆଇ ସଂଗ୍ରହ ବେତନରୁ କାଟ କିମ୍ବା ଏନଏସିଏଚ୍ ଅନୁସାରେ ସ୍ୱଂୟକ୍ରିୟ ଭାବେ ଡେବିଟ୍ ହେଉଛି, ଏହି ବିକଳ୍ପକୁ ଗ୍ରାହକମାନେ ଚୟନ କରିଥିବାରୁ ଗ୍ରାହକମାନେ ଆମ ଅଫିସ ପରିଦର୍ଶନ ନକରି ନିରବଚ୍ଛିନ୍ନ ଭାବେ ଅନଲାଇନ୍‌ରେ ପେମେଂଟ୍ କରିପାରୁଛନ୍ତି । ତେଣୁ ମୋଟ ଉପରେ ୨୦୨୨ ଆର୍ଥିକ ବର୍ଷରେ ବର୍ତମାନ ସୁଦ୍ଧା ସ୍ଥିତି ଗତ ବର୍ଷ ତୁଳନାରେ ଅପେକ୍ଷାକୃତ ଉନ୍ନତ ରହିଛି ।’’ ଶ୍ରୀ ଗୌଡ଼ କହିଛନ୍ତି ଯେ ଏଲ୍‌ଆଇସି ହାଉସିଂ ଫାଇନାନ୍ସରେ ଆମେ ଗତବର୍ଷ ଆମର ଗୃହୠଣ ସୁଧ ହ୍ରାସ କରିଥିଲୁ ଏବଂ ୨୦୨୧ ଜୁଲାଇ ୧ରୁ ମଧ୍ୟ ସୀମିତ ସମୟ ଅଫର ଭାବେ ଆମେ ସୁଧ ହାରକୁ ଆହୁରି ହ୍ରାସ କରିଛୁ । ଗ୍ରାହକଙ୍କ ସିବିଲ ସ୍କୋର ଅନୁସାରେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ୬.୬୬% ଭଳି କମ୍ ସୁଧ ହାରରୁ ଆରମ୍ଭ ହୋଇଛି । ଐତିହାସିକ ଦୃଷ୍ଟିରୁ ଏହା ସବୁଠୁ କମ୍ ସୁଧ ।

ଗ୍ରାହକମାନେ ସେପ୍ଟେମ୍ବର ୩୦ ମଧ୍ୟରେ ଏହି ଅଫର ଲାଭକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ହାସଲ କରିପାରିବେ । ଏଲ୍‌ଆଇସି ହାଉସିଂ ଫାଇନାନ୍ସ କମ୍ ସୁଧ ହାରରେ ସର୍ବାଧିକ ୩୦ ବର୍ଷିଆ ଋଣ ପ୍ରଦାନ କରୁଛି । ମହାମାରୀର ପ୍ରଭାବକୁ ନଜରରେ ରଖି ଆମେ ଏଭଳି ସୁଧ ପ୍ରଦାନ କରିବାକୁ ଚାହିଥିଲୁ ଯାହା କେବଳ ବଜାର ସ୍ଥିତିରେ ଉନ୍ନତି ଆଣିବ ତାହା ନୁହେଁ ବରଂ ତାହା ଲୋକମାନଙ୍କ ଘର କିଣିବା ସ୍ୱପ୍ନକୁ ମଧ୍ୟ ପୂରଣ କରିପାରିବ । ଆମେ ଆଶା କରୁଛୁ ଯେ ସୁଧ ହାରରେ ପୁଣି ଥରେ ହ୍ରାସ ଗ୍ରାହକଙ୍କ ବିଶ୍ୱାସ ବଢ଼ାଇବ ଏବଂ ଏହି କ୍ଷେତ୍ରକୁ ଆଗୁଆ ପୁନରୁଦ୍ଧାର କରିବ ବୋଲି ସେ କହିଛନ୍ତି । ଶ୍ରୀଯୁକ୍ତ ସୁନିଲ କୁମାର ମିଶ୍ର, ଏମ୍‌ଡି ଓ ସିଇଓ, ଟ୍ରେସ୍‌ପେକ୍ଟ ଇଣ୍ଡିଆ କହିଛନ୍ତି ଯେ, “ଆବାସିକ ଗୃହ ବିକ୍ରି ଉପରେ ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହର ପ୍ରଭାବ କମ୍ ରହିଛି । ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥା ଏବଂ ଅନଲାଇନ୍‌ରେ ପାଠପଢ଼ା ଯୋଗୁଁ ବଡ଼ ଏବଂ ଉନ୍ନତ ଘରର ଆବଶ୍ୟକତା ବଢ଼ିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

May 8, 2026
Advento Communications Honored for Excellence in  PR Services

Advento Communications Honored for Excellence in PR Services

May 8, 2026
ଭୁବନେଶ୍ୱରରେ ଆୟୋଜିତ ହେବ ଇଷ୍ଟର୍ଣ୍ଣ ଇଣ୍ଡିଆ ରିଜିଓନାଲ ଷ୍ଟୁଡେଣ୍ଟ୍‌ସ କନ୍‌ଫେରେନ୍ସ-୨୦୨୬

Eastern India Regional Students’ Conference–2026 to be Held at Bhubaneswar

May 8, 2026
ଭୁବନେଶ୍ୱରରେ ଆୟୋଜିତ ହେବ ଇଷ୍ଟର୍ଣ୍ଣ ଇଣ୍ଡିଆ ରିଜିଓନାଲ ଷ୍ଟୁଡେଣ୍ଟ୍‌ସ କନ୍‌ଫେରେନ୍ସ-୨୦୨୬

ଭୁବନେଶ୍ୱରରେ ଆୟୋଜିତ ହେବ ଇଷ୍ଟର୍ଣ୍ଣ ଇଣ୍ଡିଆ ରିଜିଓନାଲ ଷ୍ଟୁଡେଣ୍ଟ୍‌ସ କନ୍‌ଫେରେନ୍ସ-୨୦୨୬

May 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

May 8, 2026
Advento Communications Honored for Excellence in  PR Services

Advento Communications Honored for Excellence in PR Services

May 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version