୧୪ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ଵର :-> ଚଳିତ ବର୍ଷ ଭୁବନେଶ୍ୱର ମ୍ୟୁଜିକ ସର୍କଲ ଆସନ୍ତା ୧୮, ୧୯ ଓ ୨୦ ତାରିଖରେ ଭୁବନେଶ୍ଵରର ଉତ୍କଳ ମଣ୍ଡପଠାରେ “ ରାଗୋତ୍ସବ- ୨୦ ୨୪ “ର ଆୟୋଜନ କରିବାକୁ ଯାଉଅଛି । ଏହି କାର୍ଯ୍ୟକ୍ରମ ପ୍ରତ୍ୟହ ସଂନ୍ଧ୍ୟା ୬.୩୦ ରେ ଆରମ୍ଭ ହେବ ଏବଂ ଏହା ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ରହିବ । ପ୍ରତ୍ୟେକ ସଂନ୍ଧ୍ୟାରେ ୬ଟି ବିଭିନ୍ନ ସହରରୁ ଆସିଥିବା କଳାକାର ୨ଟି ଲେଖାଏଁ ଉପସ୍ଥାପନା ରଖିବେ । ଚଳିତ ବର୍ଷ ରାଗୋତ୍ସବର ଅନ୍ୟ ଏକ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ୨୦ ନଭେମ୍ବରରେ ପ୍ରଥମ ତାଜିନ୍ଦର ସିଂ ଲାଇଫ ଟାଇମ ଆଚିଭମେଣ୍ଟ ଆଓ୍ବାର୍ଡ । ଏହି ପୁରସ୍କାର ସ୍ୱର୍ଗତଃ ତାଜିନ୍ଦର ସିଂଙ୍କ ଉପଲକ୍ଷେ ତାଙ୍କର ଭାଇ ସର୍ଦ୍ଦାର ରାଜିନ୍ଦର ସିଂଙ୍କ ଦ୍ଵାରା ଆରମ୍ଭ କରାଯାଇଛି । ଏହି ବର୍ଷର ପୁରସ୍କାର ରାଶି ୬୦,୦୦୦ ଟଙ୍କା ରହିଛି ।
ଚଳିତ ବର୍ଷର ପୁରସ୍କାର ପ୍ରସିଦ୍ଧ ବଂଶୀ ବାଦକ ଗୁରୁ ପ୍ରଫେସର ମୋହିନୀ ମୋହନ ପଟ୍ଟନାୟକ ଙ୍କୁ ପ୍ରଦାନ କରାଯିବ । ପ୍ରଫେସର ମୋହିନୀଙ୍କର ୧୦୦ରୁ ଉର୍ଦ୍ଧ୍ବ ଶିଷ୍ୟ ଅଛନ୍ତି । ୧୮ ତାରିଖ ସଂନ୍ଧ୍ୟାରେ ଗ୍ବାଲିୟରରୁ ଆସିଥିବା ଶ୍ୟାମ ରସ୍ତୋଗିଙ୍କ ଦ୍ଵାରା ସିତାର, ଡଃ ଶାରଦା ପ୍ରସନ୍ନ ଦାସଙ୍କ ଦ୍ଵାରା ଭାଓଲିନ୍ ଓ ଡଃ ଜବାହାର ମିଶ୍ରଙ୍କ ଦ୍ଵାରା ବଂଶୀ ବାଦ୍ୟ ପରିବେଷଣ କରାଯିବା ସହ ପୁନେର ବିଦୂଷୀ ସାନିଆ ପାଟନାକରଙ୍କ ଦ୍ଵାରା ହିନ୍ଦୁସ୍ତାନ ଭୋକାଲ ପରିବେଷଣ କରାଯିବ । ୧୯ ତାରିଖ ସଂନ୍ଧ୍ୟାରେ ପୁରୀର କାର୍ତ୍ତିକ ଚନ୍ଦ୍ର ସାହୁ ଓଡିଶୀ ଭୋକାଲ ଓ ଧାରୱାର୍ଡର ପଣ୍ଡିତ କୁମାର ମରଦୁର ହିନ୍ଦୁସ୍ତାନୀ ଭୋକାଲ ପରିବେଷଣ କରିବେ । ୨୦ ତାରିଖ ସଂନ୍ଧ୍ୟାରେ କୋଲକାତାର ପଣ୍ଡିତ ଗୋବିନ୍ଦ ବୋଷ ଓ ତାଙ୍କ ଗ୍ରୁପ୍ ଦ୍ବାରା “ ସୁର ତାଳ ବ୍ରହ୍ମା” କାର୍ଯ୍ୟକ୍ରମ ଏବଂ ବିଶ୍ଵଜିତ୍ ମହାରଣାଙ୍କ ଦ୍ଵାରା ହିନ୍ଦୁସ୍ତାନୀ ଭୋକାଲ ପରିବେଷିତ ହେବ । ତାଜିନ୍ଦର ସିଂ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ୨୦୨୪ ପୁରସ୍କାର ୨୦ ତାରିଖ ସଂନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମ ମଧ୍ଯରେ ପ୍ରଦାନ କରାଯିବ ।