No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୨ ସେପ୍ଟେମ୍ୱର ବୁଧବାର) କଟକ :- କଟକ ତେଲେଙ୍ଗା ବଜାର ସ୍ଥିତ ମଣିନିଳୟ ଠାରେ ଓଡ଼ିଶାର ଭାଷା , ସାହିତ୍ୟ ଓ ସଂସ୍କୃତିର ପୁରାତନ ଅନୁଷ୍ଠାନ “ନୀଳଶୈଳ” ଏବଂ ରାଜକିଶୋର ରାଜ ସ୍ମୃତି ସଂସଦ” ପକ୍ଷରୁ ଚଳିତ ବର୍ଷ କରୋନା କଟକଣାକୁ ଆଖି ଆଗରେ ରଖି ନିରାଡମ୍ବର ଭାବେ ନୀଳଶୈଳର ପ୍ରତିଷ୍ଠାତା ୰ ରାଜକିଶୋର ରାଜଙ୍କ ଶ୍ରାଦ୍ଧ ଦିବସ ସେପ୍ଟେମ୍ବର ୨୨କୁ “ଓଡ଼ିଆ ସ୍ବାକ୍ଷ ସଂକଳ୍ପ ଦିବସ” ଭାବେ ପାଳନ କରିଅଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଆଡଭୋକେଟ ଧରଣୀଧର ନାୟକ ଅଧ୍ୟକ୍ଷତା କରି ୰ରାଜକିଶୋର ରାଜଙ୍କର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ପ୍ରତି ଥିବା ଅବଦାନକୁ ଉପସ୍ଥାପିତ କରିବା ସହିତ ଓଡ଼ିଆରେ ସ୍ବାକ୍ଷର ଫଳକରେ ନିଜର ଦସ୍ତଖତ କରିଥିଲେ ।
ରାଜକିଶୋର ରାଜ ସ୍ମୃତି ସଂସଦର ଅଧ୍ୟକ୍ଷ ନ୍ଯାୟମୂର୍ତ୍ତି ମନୋରଞ୍ଜନ ମହାନ୍ତି ୰ରାଜକିଶୋର ରାଜ ଓଡ଼ିଶାର ବିଛିନ୍ନାଞ୍ଚଳରେ ଓଡ଼ିଆ ଭାଷାର ପ୍ରଚଳନ କଥା ଆଲୋଚନା କରିଥିଲେ । ବିଶ୍ବ ଓଡ଼ିଆ ସମ୍ମିଳନୀର ସଭାପତି ଡକ୍ଟର ମୁରଲୀ ମନୋହର ଶର୍ମା ୰ରାଜକିଶୋର ରାଜଙ୍କୁ ଓଡ଼ିଶାର ଯୋଗଜନ୍ମା ପୁରୁଷ ଭାବରେ ବର୍ଣ୍ଣନା କରିଥିଲେ । ଉପଦେଷ୍ଟା ଶ୍ରୀଯୁକ୍ତ ସଜ୍ଜନ ଶର୍ମା ୰ରାଜଙ୍କ ସ୍ମୃତି ଚାରଣ କରିଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ନାୟକ (ବ୍ଯଙ୍ଗକବି ଧର୍ମଛଡା) କହିଥିଲେଯେ ୰ରାଜକିଶୋର ରାଜ ଏକାଧାରରେ ଥିଲେ ଜଣେ ଦକ୍ଷ ସଂଗଠକ , ସାହିତ୍ଯିକ , ପ୍ରବଚକ ସର୍ବୋପରି ଜଣେ ସ୍ବାଭିମାନୀ ଓଡ଼ିଆ ।
୰ରାଜଙ୍କୁ ଭଲ ପାଉଥିବା ଭାରତ ଏବଂ ଭାରତ ବାହାରେ ଥିବା ଅନେକ ଓଡ଼ିଆ ବ୍ଯକ୍ତି ଆଜିର ଏହି ସ୍ବାକ୍ଷର ସଂକଳ୍ପ ଦିବସରେ ନିଜର ଓଡ଼ିଆ ଦସ୍ତଖତ ସହିତ ସଂକଳ୍ପ ପତ୍ର ପ୍ରେରଣ କରିବା ସେ ଉପସ୍ଥାପିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଡକ୍ଟର ସଂଗ୍ରାମ ସାମନ୍ତରାୟ , ଆଡଭୋକେଟ ତରୁଣ ପତି , ମନୋରଞ୍ଜନ ରାଉତରାୟ , ଶକ୍ତି ଶଂକର ରାଜ , ସବିତା ମହାନ୍ତି , ରାଜେଶ ଜୈନ , ସୌମ୍ୟ ଶଂକର ରାଜ , ଡାକ୍ତର ମୃଣ୍ମୟ ମହାନ୍ତି , ଆଡଭୋକେଟ ଦିଲ୍ଲୀପ ମହାପାତ୍ର ପ୍ରମୁଖ ଯୋଗଦେଇ ୰ରାଜକିଶୋର ରାଜଙ୍କ ସ୍ମୃତିଚାରଣ କରିବା ସହିତ ଓଡ଼ିଆରେ ଦସ୍ତଖତ କରିଥିଲେ । ସର୍ବ ଶେଷରେ ଆଡଭୋକେଟ ବିଭୁ ପ୍ରସନ୍ନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result