No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ସେପ୍ଟେମ୍ବର ସୋମବାର ) ବାଙ୍କୀ :- ଡମପଡ଼ା ବ୍ଲକ ରଗଡ଼ି ବୁଦ୍ଧ ବିହାରରେ ଆଜି ମଧୁପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ କୋଭିଡ କଟକଣାରେ ଅନୁଷ୍ଠିତ ହୋଇଯାଇଛି । କିମ୍ବଦନ୍ତୀ ଅନୁସାରେ ଏବଂ ବୌଦ୍ଧ ଶାସ୍ତ୍ର ଅନୁସାରେ ବର୍ଣ୍ଣିତ ଅଛି ଯେ ପାରିଏଲ୍ ବନରେ ପାରିଏଲ୍ ଦନ୍ତାହାତୀ ଭଗବାନ ବୁଦ୍ଧଙ୍କୁ ଆଜିର ଦିବସରେ ଫଳଭୋଗ ଦେଇଥିଲେ ଏବଂ ଜଙ୍ଗଲର ବାନରମାନେ ମହୁଫେଣାରୁ ମହୁ ସଂଗ୍ରହ କରି ଭଗବାନ ବୁଦ୍ଧଙ୍କୁ ଅର୍ପଣ କରିଥିଲେ । ଏହି ଦିନକୁ ମନେରଖିବା ପାଇଁ ପ୍ରତ୍ୟେକ ବୌଦ୍ଧ ମନ୍ଦିରରେ ଆଜିର ଦିବସରେ ମଧୁପୂର୍ଣ୍ଣିମା ପାଳନ କରାଯାଉଛି । ଆଜି ସକାଳୁ ରଗଡ଼ି ବୌଦ୍ଧ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ସହ ବିଶେଷ ରୀତିନୀତିରେ ଭଗବାନଙ୍କୁ ମହୁ ଅର୍ପଣ କରାଯାଇଥିଲା ।
ଡମପଡ଼ା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ ବାଙ୍କୀ ତଥା ବିଶ୍ୱର ମଙ୍ଗଳ ଓ କରୋନା ମୁକ୍ତି ପାଇଁ ଭଗବାନ ବୁଦ୍ଧଙ୍କୁ ପୂଜାର୍ଚ୍ଚନା କରିଥିଲେ । ଆଜିର ପୂଜାରେ କୁଳମଣୀ ମହାପାତ୍ର, ଅକ୍ଷୟ କୁମାର ମହାପାତ୍ର, ପଞ୍ଚାନନ ପାତ୍ର, କୃଷ୍ଣ ଚନ୍ଦ୍ର ପାତ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସାମାଜିକ କର୍ମୀ ତଥା ସାମ୍ବାଦିକ ଗୌତମ ମିଶ୍ର ,ନମିତା ମହାପାତ୍ର, କାଞ୍ଚନ ମହାପାତ୍ର ପ୍ରମୁଖଙ୍କ ସମେତ ବହୁ ବୌଦ୍ଧଧର୍ମାବଲମ୍ବୀ ଯୋଗଦେଇଥିଲେ ।
No Result
View All Result