No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ସେପ୍ଟେମ୍ବର ସୋମବାର ) ବାଙ୍କୀ :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ରାଣୀ ଶୁକଦେଈ ସ୍ମୃତି ପରିଷଦ ଓ ମହାବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ରାଣୀଙ୍କର ୩୩୫ତମ ଜନ୍ମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କଲେଜ ପରିସରରେ ଥିବା ବୀରାରାଣୀଙ୍କ ପ୍ରତିମୂର୍ତ୍ତିରେ ଅଧ୍ୟକ୍ଷ ଡଃ.ଅରୁଣ କୁମାର ବେହେରା ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ରାଣୀ ଶୁକଦେଈ ସ୍ମୃତି ପରିଷଦର ସଂପାଦକ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଶ୍ରଦ୍ଧାଞ୍ଜଳି ଦେବା ସହ କହିଥିଲେ ଖ୍ରୀ.୧୬୮୬ମସିହା ଭାଦ୍ରବ ମାସ ଭାଗବତ ଜନ୍ମ ତିଥିରେ ରାଣୀଙ୍କ ଜନ୍ମ ହୋଇଥିଲା ବଡ଼ମ୍ବା ରାଜ୍ୟର ରାଜକନ୍ୟା ଭାବେ ଓ ପରେ ଖ୍ରୀ.୧୭୦୨ମସିହାରେ ବାଙ୍କୀ ରାଜା ଧନଞ୍ଜୟ ଶ୍ରୀଚନ୍ଦନଙ୍କ ରାଣୀ ହୋଇ ବାଙ୍କୀ ଗଡ଼କୁ ଆସିଥିଲେ ।
ଖ୍ରୀ.୧୭୧୬ରେ ଖୋର୍ଦ୍ଧା ଓ ବାଙ୍କୀ ରାଜ୍ୟ ମଧ୍ୟରେ ଯୁଦ୍ଧ ହୋଇଥିଲା ଓ ଯୁଦ୍ଧ ଶିବିରରେ ଶୋଇଥିବା ଅବସ୍ଥାରେ ବାଙ୍କୀ ରାଜାଙ୍କୁ ଖୋର୍ଦ୍ଧାର ସୌନିକମାନେ ହତ୍ୟା କରିଥିଲେ । ପରେ ରାଣୀ ଶୁକଦେଈ ଯୁଦ୍ଧ କ୍ଷେତ୍ରକୁ ଆସି ଖୋର୍ଦ୍ଧା ରାଜାଙ୍କୁ ପରାସ୍ତ କରିବା ସହ ବାଙ୍କୀ ଗଡ଼କୁ ଆଣିଥିଲେ । ବିଚାର ପରେ ତାଙ୍କୁ ମୃତ୍ୟୁଦଣ୍ଡ ଦେବା ପରିବର୍ତ୍ତେ ଦୟା ଓ କ୍ଷମା ଦେଖାଇ ରାଣୀ ଶୁକଦେଈ ଖୋର୍ଦ୍ଧା ରାଜାଙ୍କୁ ମୁକ୍ତି କରିଥିଲେ । ଏହା ହିଁ ଥିଲା ତାଙ୍କର ମହନୀୟତାର ଗୁଣ ଓ ନିଜର ସା ବାଳକ ପୁତ୍ରକୁ ସିଂହାସନରେ ବସାଇ ମୃତ୍ୟୁ ପର୍ଯ୍ୟନ୍ତ ବାଙ୍କୀ ଗଡ଼କୁ ସୁଶାସନ ଦେଇଥିଲେ ।ଆଜିର ଜନ୍ମ ଦିବସରେ +୨ ଅଧ୍ୟକ୍ଷ ପ୍ରାଧ୍ୟାପକ ରାଜକିଶୋର ପାଲ , ପ୍ରଶାସନିକ ଅଧିକାରୀ ଅଧ୍ୟାପକ ଶୈଳେନ୍ଦ୍ର ନାରାୟଣ ଦେଓ, ଡ.ଅଭିମନ୍ୟୁ ରଣା, ଅଧ୍ୟାପକ ଚିନ୍ମୟ ତ୍ରିପାଠୀ ପ୍ରମୁଖ ଯୋଗଦାନ କରି ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
No Result
View All Result