No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ସେପ୍ଟେମ୍ବର ସୋମବାର ) ବାଙ୍କୀ :- ବାଙ୍କୀ ବ୍ଲକ ସଭାଗୃହ ଠାରେ ଆଗାମି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୨ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସହକାରୀ ଉପଜିଲ୍ଲାପାଳ ସୀତାକାନ୍ତ ରାଉତ, ବାଙ୍କୀ ବ୍ଲକ ବିଡିଓ ପ୍ରଦୀପ୍ତ କୁମାର ଶତପଥୀ, ବ୍ଲକ ଜି.ପି.ଇ.ଓ କୁମର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୮୮-ବାଙ୍କୀ ନିର୍ବାଚନି ମଣ୍ଡଳୀର ସମସ୍ତ ୨୨ଜଣ ସୁପରଭାଇଜର ଓ ୪୦ଜଣ ବି.ଏଲ୍.ଓ ଯୋଗଦେଇଥିଲେ ।
ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଗରୁଡ଼ ମୋବାଇଲ୍ ଆପ୍ ବିଷୟରେ ବି.ଏଲ୍.ଓ ମାନଙ୍କୁ ସୂଚନା ଦିଆଯାଇଥିବା ବେଳେ ଭୋଟର ହେଲ୍ପଲାଇନ ଆପ୍ କୁ ସମସ୍ତ ଭୋଟରମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଆଲୋଚନା ହୋଇଥିଲା । ଏହି ସମୟ ମଧ୍ୟରେ ଭୋଟରମାନଙ୍କ ନାମକୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ, ସଂଶୋଧନ, ବାଦ ଓ ସ୍ଥାନାନ୍ତର କାର୍ଯ୍ୟକୁ ବି.ଏଲ୍.ଓ ମାନଙ୍କ ଦ୍ୱାରା ସଠିକ୍ ସମୟରେ ଓ ନିର୍ଭୁଲ ଭାବରେ ସଂପାଦନ କରିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ଗରୁଡ଼ ଆପ୍ ଏକ ନୂତନ ମୋବାଇଲ୍ ଆପ୍ ହୋଇଥିବାରୁ ବି.ଏଲ.ଓ ମାନେ ସେଥିରେ କିପରି ଭାବେ କାର୍ଯ୍ୟକରିବେ ତାହା ସମ୍ପର୍କରେ ସୁପରଭାଇଜର ମାନସ ରଞ୍ଜନ ଦାସ ବିସ୍ତୃତ ଭାବେ ତଥ୍ୟ ଉପସ୍ଥାପନ କରିଥିଲେ । ବ୍ଳକ ଜି.ପି.ଓ କୁମର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result