No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ସେପ୍ଟେମ୍ବର ସୋମବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କାପ୍ତାପଲ୍ଲୀ ବିଦ୍ୟାଳୟରେ ଘାଗୁଡ଼ି ଦେବୀ ଯୁବ କ୍ଲବ୍ ର ସଭାପତି ସଞ୍ଜୀବ କୁମାର ଡାକୁଆ ଙ୍କ ନେତୃତ୍ୱରେ ସାର୍ବଜନୀନ ଦୁର୍ଗାପୂଜା କମିଟି ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ କୋଭିଡ୍ ନିୟମ ଅନୁଯାୟୀ ଦୁର୍ଗାପୂଜା ଅନୁଷ୍ଠିତ ହେବ ବୋଲି ବୈଠକ ରେ ନିଷ୍ପତି ହୋଇଥିଲା। ବର୍ଷା କାରଣରୁ ଦୁରୂପା,ବଡ଼ତମନଡ଼ୁ, ଫାମ୍ପୁଣି, କରାଗଡ଼ୁ, ଡେଙ୍ଗା ବାରି,ଭଣ୍ଡlରିବlରୀ ର ସଦସ୍ୟ ମାନେ ବୈଠକରେ ଯୋଗଦେଇ ପାରିନଥିଲେ ମଧ୍ୟ ଦ୍ବିତୀୟ ବୈଠକରେ ସେମାନେ ଗୋଗଦେବେ ବୋଲି ଜଣା ପଡିଛି ।
କପ୍ତାପଲ୍ଲୀ ଗ୍ରା.ପ ର ସରପଞ୍ଚ ସୁଶ୍ରୀ ମୟୀ ସାମନ୍ତରାୟ ,ସମିତିସଭ୍ୟ ବିଭୂତି ଭୂଷଣ ବେହେରା ଭିଡିଓ କନଫରେନ୍ସ ମାଧ୍ୟମ ରେ ଯୋଗ ଦେଇଥିଲେ। କାପ୍ତାପଲ୍ଲୀ ର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ର ସଭାପତି ଉପସ୍ଥିତ ଥିଲେ।ଚଳିତ ବର୍ଷ ପାଇଁ ସାର୍ବଜନୀନ ଦୁର୍ଗାପୂଜା କମିଟିର ସମ୍ପାଦକ ରୁପେ ପ୍ରଶାନ୍ତ କୁମାର ବେହେରା,ଉପ ସମ୍ପାଦକ ରୁପେ ପ୍ରଦୀପ କୁମାର ଜାନୀ ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରି କ୍ଳବ ର ସଭାପତି ଦୁହିଁଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ । କାପ୍ତାପଲ୍ଲୀ ପୂଜା ମଣ୍ଡପ ପାଇଁ ବିଧାୟକ ଲ୍ୟାଡ ରୁ ଅର୍ଥ ମଞ୍ଜୁର କରିଥିବାରୁ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ ଅନୁଷ୍ଠାନ, କ୍ଲବ୍ ର ସଦସ୍ୟ ଏବଂ ସମସ୍ତ ଗ୍ରାମବାସୀ ଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ପରିଶେଷ ରେ ସଭାପତି ଙ୍କୁ କ୍ଲବ୍ ର ସଦସ୍ୟ ମାନେ ଧନ୍ୟବାଦ ଅର୍ପଣ କରିଥିଲେ।
No Result
View All Result