ଖଣ୍ଡପଡ଼ା (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଖଣ୍ଡପଡ଼ା ସହରାଞ୍ଚଳ ଅଧୀନ ୧୨ ନଂ ୱାର୍ଡ଼ ର ନୟାଗଡ଼ ମୂଖ୍ୟ ରାସ୍ତା ପାର୍ଶ୍ବରେ ଅବସ୍ଥିତ ସୁନାମୁହିଁ ପରିବେଶ ପର୍ଯ୍ୟଟନ ସ୍ଥଳୀ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୁର ପ୍ରର୍ଯ୍ୟଟକଙ୍କ ଭୋଜି, ସେଲଫି ଫଟୋ ସ୍ଥଳୀ ର ସୌନ୍ଦର୍ଯ୍ୟ ଭରପୁର ପ୍ରକୃତି ଭରା ଦୃଶ୍ୟ ଦେଖିବାକୁ ବହୁତ ଦୁର ଦୁରାନ୍ତ ଅଞ୍ଚଳ ରୁ ପ୍ରର୍ଯ୍ୟଟକ ଙ୍କ ଭିଡ଼ ଦେଖିବାକୁ ମିଳୁଛି । ମିଳିଥିବା ସୂଚନା ଅନୁଯାୟୀ ଖଣ୍ଡପଡ଼ା ସହରାଞ୍ଚଳ ଉପକଣ୍ଠରେ ସୁନାମୁହିଁ ପରିବେଶ ପର୍ଯ୍ୟଟନ ସ୍ଥଳୀର ବିକାଶକୁ ନେଇ ବର୍ଷ ବର୍ଷ ଧରି ଦାବି ହୋଇଆସିଥିଲେ

ମଧ୍ୟ ଏହା ପ୍ରତି ଦୃଷ୍ଟି ଦେଉନଥିବା ଯୋଗୁଁ ସୌନ୍ଦର୍ଯ୍ୟ ହ୍ରାସ ପାଇଥିବାରୁ ସ୍ଥାନୀୟ ବିଧାୟକ ଇଂଦୁଷ୍ମନ୍ତ କୁମାର ସ୍ବାଇଁ ଙ୍କ ତତ୍ବାବଧାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭାଗୀୟ କର୍ତ୍ତୃପକ୍ଷ ଙ୍କସହ ଜିଲ୍ଲା ପାଳ, ବ୍ଲକ ଉନ୍ନୟନ ଅଧିକାରୀ, ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୋଲିସ ଅଧିକାରୀ,କ୍ଷୂଦ୍ର ଜଳସେଚନ ବିଭାଗ ଗ୍ରାମ୍ୟ ଜଳଯୋଗାଣ ଅଧିକାରୀ ଙ୍କ ସହ ବିଭିନ୍ନ ଜିଲ୍ଲାରୁ ୧୧ ଜଣ ବିଧାୟକ ସୁନା ମୁହିଁ ପର୍ଯ୍ୟଟନସ୍ଥଳୀ କୁ ବୁଲି ଏହା ର ରକ୍ଷଣାବେକ୍ଷଣ ସହିତ ଉନ୍ନତି ପାଇଁ ଏକ ସମିକ୍ଷା ବୈଠକ କରି ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ ।

ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ କରଣ ଉନ୍ନତି ନିମନ୍ତେ ଗୃହ ଓ ନଗର ଉନ୍ନୟନ ବିଭାଗକୁ ସ୍ବତନ୍ତ୍ର ଭାବେ ଅଭିଯୋଗ ଦାବି ନେଇ ଅଭିଯୋଗ ହୋଇଛି । ସୁନା ମୁହିଁ ପର୍ଯ୍ୟଟନସ୍ଥଳୀ ର ସୌନ୍ଦର୍ଯ୍ୟକରଣ ସହିତ ଏହାର ରକ୍ଷଣାବେକ୍ଷଣ,ପଙ୍କ ମାଟି ଉଦ୍ଧାର କରାଯାଇ ଜନସାଧାରଣ ଙ୍କ ପାଇଁ ବୋଟ୍ ବ୍ୟବସ୍ଥା,ବନ୍ଧ ମରାମତି କାର୍ଯ୍ୟ, ଏଠାରେ ଥିବା ସମସ୍ତ ବ୍ୟାୟାମ ଉପକରଣ ଗୁଡିକ ରକ୍ଷଣାବେକ୍ଷଣ ବ୍ୟବସ୍ଥା, ଚାରିପଟେ ସୁରକ୍ଷା ପାଇଁ ପାଚେରୀ ନିର୍ମାଣକୁ ନେଇ ନୟାଗଡ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ବୁଧବାର ଅପରାହ୍ନରେ ଜିଲ୍ଲାପାଳ ମଧୁମିତା ରଥ,

ଉପଜିଲ୍ଲାପାଳ, ସ୍ଥାନୀୟ ବିଧାୟକ, ଇଂଦୁଷ୍ମନ୍ତ କୁମାର ସ୍ବାଇଁ ଙ୍କ ସମେତ ବ୍ଲକ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷ,ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ମିଶ୍ର, ଖଣ୍ଡପଡ଼ା ଥାନା ଅଧିକାରୀ କୃତିବାସ ହରିଚନ୍ଦନ,ଏସ ଡି ପି ଓ ସରୋଜ କୁମାର ସାହୁ, ସମାଜସେବୀ ଚିତ୍ତରଞ୍ଜନ ମିଶ୍ର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ସୁନା ମୁହିଁ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିଥିଲେ । ସୁନା ମୁହିଁ ଡ଼୍ୟାମ ର ଆଗକୁ ବଢ଼ାଇବା ଓ ଉନ୍ନତ କରଣ ସ୍ୱୌନ୍ଦର୍ଯ୍ୟ ଭରା ସ୍ମାର୍ଟ ର୍ପାକ କରି ବାକୁ ଲକ୍ଷ ରଖିଛନ୍ତି ।

ଖଣ୍ଡପଡ଼ା ସହର ସମେତ ଆଖପାଖ ଆସୁଥିବା ପ୍ରର୍ଯ୍ୟଟକ ଙ୍କ ସ୍ବଚ୍ଛ ପାନିୟ ଜଳ , ବୋଟ୍ ବ୍ୟବସ୍ଥା, ଚତୁଃପାର୍ଶ୍ଵରେ ପାଚେରୀ ସହ ଗଛ ଲଗାଇବା ସହ ଉନ୍ନୟନ କାର୍ଯ୍ୟକୁ ଶୀଘ୍ର ସମ୍ପୂର୍ଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୁନା ମୁହିଁ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରି ଏଠାରେ ଥିବା ସମସ୍ତ ସୁବିଧା ,ଅସୁବିଧା ବିଷୟରେ ଜିଲ୍ଲା ପାଳ ଓ ବିଧାୟକ ବୁଝି ଏହାର ସର୍ବାଙ୍ଗ ଉନ୍ନତି ଉପରେ ଆଲୋଚନା କରିଥିଲେ ।














