No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୮ ସେପ୍ଟେମ୍ବର ଶନିବାର) ବରଗଡ଼ :- ସ୍ବାଧୀନତା ର ୭୫ ବର୍ଷ ଅମୃତ ମହୋତ୍ସବ ପରୀପ୍ରେକ୍ଷୀରେ ଆଜି କେନ୍ଦ୍ର ଖେଳ ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟ ର ବରଗଡ଼ ସ୍ଥିତ ନେହେରୁ ଯୁବକ କେନ୍ଦ୍ର ପକ୍ଷରୁ ଫିଟ୍ ଇଣ୍ଡିଆ ଫ୍ରିଡମ ଫର୍ ରନ୍ କାର୍ଯ୍ୟକ୍ରମ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମ ଠାରେ ଆୟୋଜିତ ହୋଇଯାଇଛି । ଏହି ଦୈ।ଡକୁ ବରଗଡ଼ ସାଂସଦ ସୁରେଶ ପୂଜାରୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୁସ୍ଥ ଭାରତ ସମୃଦ୍ଧ ଭାରତ ଗଠନରେ ଯୁବକ ମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ । ନିଜେ ସୁସ୍ଥ ରହିଲେ ସମାଜ,ଦେଶ ର ଉନ୍ନତି ହେବ ବୋଲି କହିଥିଲେ । ସଭାରେ ସମ୍ମାନିତ ଅତିଥି ଭାବେ ଆନ୍ତର୍ଜାତିକ ପ୍ରଶିକ୍ଷକ ଜୟ ପ୍ରକାଶ ଶତପଥୀ ଯୋଗଦେଇ ଜୀବନରେ ନେତୃତ୍ୱର ବିକାଶ ସଂପର୍କରେ ମତପ୍ରକାଶ କରିଥିଲେ ।

ସେହିପରି ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ତୁଷାର କାନ୍ତି ମିଶ୍ର, ନେହେରୁ ଯୁବକ କେନ୍ଦ୍ର ର କ୍ରୀଡା ଅଧିକାରୀ ରୋସନ ଟଣ୍ଡନ, ଆନ୍ତର୍ଜାତିକ ପର୍ବତାରୋହୀ ସୁଶ୍ରୀ ଲିପିକା ସେଠ , ଭାଜପା ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ, ସୁରେଶ୍ଵର ଶତପଥୀ ପ୍ରମୁଖ ମଞ୍ଚାସୀନ ଥିଲେ । ସଭା କୁ ନେହେରୁ ଯୁବକ କେନ୍ଦ୍ର ର ସଂଯୋଜକ ତ୍ରିଲୋଚନ ଶତପଥୀ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ମହାବିଦ୍ୟାଳୟ ର ଏନସିସି ଛାତ୍ରୀ ମାନଙ୍କ ସମେତ ଜିଲ୍ଲାର ୧୨ ଟି ବ୍ଲକ ରୁ ଯୁବକ, ଯୁବତୀ ମାନେ ଅଂଶ ଗ୍ରହଣ କରିଥିଲେ । ( ସତ୍ୟ ନାରାୟଣ ପ୍ରଧାନ)
No Result
View All Result