ଭୁବନେଶ୍ୱର. ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର ,ସୋମବାର ,ଏପ୍ରିଲ 21.4.2020 :- ଓଡ଼ିଶାର ଚାଷୀ ଭାଇମାନେ ଉତ୍ପାଦନ କରିଥିବା ପନିପରିବା ଓ ଫଳ ଚାଷ ମାନଙ୍କର ଉତ୍ପାଦିତ ଫଳ ଆଦି ବିକ୍ରି କରିବାର ଯେଉଁ ଅସୁବିଧା ସମୁଖୀନ ହେଉଛନ୍ତି ତାହାକୁ ଦୂର କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ୱେବସାଇଟ ପ୍ରସ୍ତୁତ କରଯାଇଛି । ଆଜି ଏହି ୱେବସାଇଟ “odihortmarketing.nic.in” କୁ ସମସ୍ତ କୃଷକ ଭାଇ ଓ ଭଉଣୀ ମାନଙ୍କ ପାଇଁ ବିଭାଗୀୟ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଙ୍କ ଦ୍ଵାରା ବ୍ୟବସାୟୀ ମାନେ ୱେବସାଇଟ ମାଧ୍ୟମରୁ ତଥ୍ୟ ହାସଲ କରି ଜିଲ୍ଲା ସ୍ତରୀୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଚାଷୀମାନଙ୍କ ସହିତ ସିଧାସଳଖ ସମ୍ପର୍କ ରଖି ବିକ୍ରିବଟା କରିପାରିବେ।
ଏହା ଦ୍ୱାରା ଚାଷୀମାନେ ନିଜ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇପାରିବେ । ବର୍ତ୍ତମାନ ସୁଦ୍ଧା ଏହି ୱେବସାଇଟ ରେ ୧୫୦୦ ରୁ ଉର୍ଦ୍ଧ୍ବ ବ୍ୟବସାୟୀ ଙ୍କ ନାମ ତାଲିକା ରହିଛି । ଉଦ୍ୟାନ ଭିତିକ ଫସଲ ଯଥା ଫଳ, ପନିପରିବା, ଫୁଲ, ମସଲା ଇତ୍ୟାଦିର ଗୁଣାତ୍ମକ ମାନ ଶୀଘ୍ର ନଷ୍ଟ ହେଉଥିବାରୁ ଓଡ଼ିଶାର ସମସ୍ତ ୩୦ ଟି ଜିଲ୍ଲାର ଉଦ୍ୟାନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ତାଙ୍କ ଜିଲ୍ଲାର ବଳକା ଉତ୍ପାଦିତ ଦ୍ରବ୍ୟକୁ ୱେବସାଇଟ ରେ ଜଣାଇବେ, ଯାହାକି ସମ୍ପୃକ୍ତ ବ୍ୟବସାୟୀ ମାନଙ୍କ ପାଇଁ ଉପଲବ୍ଧ ହୋଇପାରିବ । ଆଜିର ଏହି କାର୍ଯ୍ୟକ୍ରମ ରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡଃ ସୌରଭ ଗର୍ଗ, ସ୍ୱତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ , ଉଦ୍ୟାନ କୃଷି ନିର୍ଦେଶକ ଡ଼ଃ ଏମ୍ ମୁଥୁକୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ସମସ୍ତ ଜିଲ୍ଲାର ଉଦ୍ୟାନ ବିଭାଗୀୟ ଅଧିକାରୀ ମାନେ ଭିଡ଼ିଓ କଂଫେରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।