No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ସେପ୍ଟେମ୍ବର ଶନିବାର) ପୁରୀ :- ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ଭାର୍ଗବୀ ନଦୀ ସୁଅରେ ଭାସିଯାଉଥିବା ଜଣେ ବୃଦ୍ଧାଙ୍କୁ ସୁଆଣ୍ଡୋ ବ୍ରିଜ ନିକଟରୁ ସ୍ଥାନୀୟ ବଳପୁର ଗ୍ରାମର ୨ଜଣ ନାଉରିଆ ଓ ଯୁବକ ମାନେ ଶୁକ୍ରବାର ଉଦ୍ଧାର କରିଛନ୍ତି । ତାଙ୍କ ଘର ବଳଙ୍ଗା ଥାନା ଅଞ୍ଚଳ ବାଲିଗାଁର ସ୍ବର୍ଗତ ଜଦୁଆ ଵେହେରା ଙ୍କ ପତ୍ନୀ କନକ ଵେହେରା (୬୩) ବର୍ଷ ବୋଲି ଜଣାପଡିଛି । ନଦୀ ବନ୍ଧ ଉପରୁ ଭାର୍ଗବୀ ର ବନ୍ୟା ପରିସ୍ଥିତି ଦେଖୁଥିବା କିଛି ସ୍ଥାନୀୟ ଯୁବକ ଏହି ଵୃଦ୍ଧା ନଦୀ ସୁଅରେ ଭାସି ଯାଉଥିବା ଦେଖିବା କ୍ଷଣି ଵନ୍ଧ ଉପରେ ହୋହଲ୍ଲା କରି ତାଙ୍କୁ ନୀରିକ୍ଷଣ କରି ପିଛା କରିଥିଲେ ।
ବଳପୁର ଘାଟରେ ଡ଼ଙ୍ଗା ରଖିଥିବା ସେହି ଗ୍ରାମର ନାଉରିଆ ଧବଳେଶ୍ୱର ବେହେରା ଓ ବ୍ରଜକିଶୋର ବେହେରା ଏହି ଅଘଟଣ ଦେଖି ଯୁବକ ମାନଙ୍କ ସହ ସୁଅ ମୁହଁରେ ଭାସୀଯାଉଥିବା ଵୃଦ୍ଧା ଙ୍କୁ ଉଦ୍ଧାର କରିଥିଲେ । ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ଡକାଇ ଉଦ୍ଧାର ତାଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନା କୁ ଚିକିତ୍ସା ନିମନ୍ତେ ପଠାଇ ଥିଲେ । ଚିକିତ୍ସା ପରେ ସେ ସୁସ୍ଥ ହୋଇଛନ୍ତି । ଖବର ପାଇ ତାଙ୍କ ପୁଅ ସନାତନ ସାକ୍ଷୀଗୋପାଳ ଡାକ୍ତରଖାନାରେ ପହଞ୍ଚି ମା’ ଙ୍କୁ ଘରକୁ ନେଇଛନ୍ତି। ଛତାଟିଏ ଧରି ନଈକୂଳକୁ ଆସିଥିବା ଥିଲେ ବୋଲି ଵୃଦ୍ଧା ଜଣକ କହୁଥିବା ବେଳେ କିପରି ସୁଅ ମୁହଁ କୁ ଗଲେ ଜଣିନଥିବା କହିଛନ୍ତି ।
No Result
View All Result