No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ସେପ୍ଟେମ୍ବର,ଶୁକ୍ରବାର ) ବରଗଡ଼ :- ବରଡୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖେଦାପାଲି(ତେନ୍ତେଲା) ଖେଳ ପଡିଆ ଠାରେ ନବଜ୍ୟୋତି କ୍ଳବ ଆନୁକୂଲ୍ୟରେ ଦୁଇ ଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଆଜି ଅନୁଷ୍ଠିତ ଫାଇନାଲ ଖେଳ ଖରମୁଣ୍ଡା ଓ ବରଡୋଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଖରମୁଣ୍ଡା ଦଳ ବିଜୟୀ ହୋଇଥିଲେ। ଟୁର୍ଣ୍ଣାମେଣ୍ଟରେ ସୋହେଲା, ବଡମାଲ , ସିଆଲଖଣ୍ଡହତା, ଭାରତ କ୍ଳବ ବରଡୋଲ, ୟୁନାଇଟେଡ କ୍ଳବ ବରଗଡ , ଭେଡେନ, ଖରମୁଣ୍ଡା ଓ ପୁଟପୁଟପାଲି ଦଳ ଭାଗ ନେଇଥିଲେ ।

ଫାଇନାଲ ଖେଳରେ ଖରମୁଣ୍ଡା ଦଳ ବରଡୋଲକୁ ଟାଇବ୍ରେକର ଜରିଆରେ ୪-୨ ଗୋଲରେ ପରାସ୍ତ କରି ଚାମ୍ପିଅନ ହୋଇଥିଲେ। ଅନିଲ ବାଗ, ପଚାଂନନ ପାତ୍ର, ନିରଞ୍ଜନ ମହାକୁର , ଅଶ୍ୱିନୀ ମେହେର , ଶିବାନନ୍ଦ ଦାସ ପ୍ରମୁଖ ଖେଳକୁ ପରିଚାଳନା କରିଥିଲେ ।

ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ, ଜିଲ୍ଲା କ୍ରୀଡ଼ା ସ°ସଦ ସାଧାରଣ ସମ୍ପାଦକ କିଶୋର ମିଶ୍ର, ଯୁବ ନେତ ଜିତୁ ଭୋଇ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜେତା ଦଳ ଓ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।
No Result
View All Result