No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୬ ସେପ୍ଟେମ୍ବର ଗୁରୁବାର) ବାଙ୍କୀ :- ବାଙ୍କୀ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଆଜି ପୋଷାକ ବଣ୍ଟନକାର୍ଯ୍ୟକ୍ରମ ପରିଚାଳନା କମିଟିର ସଭାପତି ଚନ୍ଦ୍ରମଣି ଦଳେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ତରୁଣକାନ୍ତ ମହାପାତ୍ର, ସମ୍ମାନୀତ ଅତିଥି ରୂପେ ସାମ୍ବାଦିକ ଶୁଭେନ୍ଦୁ କୁମାର ମହାପାତ୍ର, ପୂର୍ବତନ ସରପଞ୍ଚ ବେଣୁଧର ଦାଶ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ଭବିଷ୍ୟତରେ ଭଲ ମଣିଷ ହେବା ପାଇଁ ଉପଦେଶ ଦେଇଥିଲେ ।
ବିଦ୍ୟାଳୟର ଶିକ୍ଷକ ଅଜୟ ପଣ୍ଡାଙ୍କ ଦେହାନ୍ତରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା, ସି.ଆର.ସି ଅରୁଣ କୁମାର ବେହେରା ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଜୋତା , ପୋଷାକ ଏବଂ ପାଠ୍ୟ ଉପକରଣ ଅତିଥିମାନେ ପ୍ରଦାନ କରିଥିଲେ ।
No Result
View All Result