No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୫ ସେପ୍ଟେମ୍ବର,ବୁଧବାର ) ବରଗଡ଼ :- ବରଗଡ଼ ଜିଲ୍ଲାର ଅତାବିରା ଏବିଭିପି ନଗର ଶାଖା ତରଫରୁ ଇଞ୍ଜିନିୟରିଂ ଦିବସ ପାଳିତ ହୋଇଛି ଏବଂ ଏହାର ଉପଲକ୍ଷେ ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା । ଏହି ସୁବର୍ଣ୍ଣ ସମୟରେ ମୁଖ୍ୟ ଅତିଥି ଭାବେ ଏବିଭିପି ଓଡ଼ିଶା ରାଜ୍ୟ ଉପ ସଭାପତି ଶିବ ପ୍ରସାଦ ତ୍ରିପାଠୀ ଏବଂ ମୁଖ୍ୟ ବକ୍ତା ଭାବେ ଏବିଭିପି ଓଡ଼ିଶା ଟେକ୍ନିକାଲ ଛାତ୍ର ଫୋରମ୍ ର ପୂର୍ବତନ ସାମାଜିକ ଗଣମାଧ୍ୟମ ସଂଯୋଜକ ତରୁଣକାନ୍ତ ନାୟକ ଯୋଗଦେଇ ଯାନ୍ତ୍ରିକ ଶିଳ୍ପ ରେ ଇ° ବିଶ୍ବେଶରାୟଙ୍କ ଭାରତ ବର୍ଷ ରେ ଅବଦାନ ଅତୁଳନୀୟ। ନୂତନ ଭାରତ ଗଠନ ରେ ସେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ। ହୀରାକୁଦ ବନ୍ଧ ତାହାର ଏକ ଉଦାହରଣ ବୋଲି ବକ୍ତା ମାନେ ମତପ୍ରକାଶ କରିଥିଲେ ।
ସମ୍ବଲପୁର ବିଭାଗ ସଂଗଠନ ସମ୍ପାଦକ ନିକୁଞ୍ଜ ବିହାରୀ ପଣ୍ଡାସଭାକୁ ପରିଚାଳନା କରିଥିଲେ । ଏହି ଅବସରରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ସିଦ୍ଧାନ୍ତ ମେହେର ପ୍ରଥମ,ଦେବାଶିଷ ସାହୁ ଦ୍ଵିତୀୟ,ଆଲୋକ କୁମାର ଭେସ୍ରା ଏବଂ ଅୟଶକାନ୍ତ ନନ୍ଦ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି କୁଇଜ୍ ପ୍ରତିଯୋଗିତାରେ ଅଞ୍ଜୁଲତା ନେଗି ପ୍ରଥମ, ସ୍ବିଟୀ ଦାଶ ଦ୍ଵିତୀୟ ଓ ସୁବ୍ରତ ନାଗ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ।(ସତ୍ୟ ନାରାୟଣ ପ୍ରଧାନ)
No Result
View All Result