No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୫ ସେପ୍ଟେମ୍ବର,ବୁଧବାର ) ବରଗଡ଼ :- ବରଗଡ଼ ସହରର ନବକଳେବର ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଏଠାରେ ରହୁ ଥିବା ଗରିବ ବସ୍ତିବସିନ୍ଧାଙ୍କ ଦୁଃଖ କହିବାକୁ ନାହିଁ । ପଂଚାୟତ କଲେଜ ପାଖ ୱାର୍ଡ ନଂ ୧୩, କନ୍ଧପଡା ଠାରେ ରହୁଥିବା ପ୍ରାୟ ୫୦ ପରିବାର ଙ୍କୁ ଏବେ ଉଚ୍ଛେଦ ଭୟ ଘାରିଛି । ଏମାନେ ଉକ୍ତ ସ୍ଥାନରେ ୧୯୭୨ ମସିହାରୁ ରହି ସରକାରଙ୍କ ସମସ୍ତ ମଙ୍ଗଳକାରୀ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇଆସିଛନ୍ତି କିନ୍ତୁ ଜଣେ ବ୍ୟକ୍ତି ଏହି ସ୍ଥାନକୁ ମୋର ରଇତି ବୋଲି କହି ଏହାକୁ ଖାଲି କରିବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି ।
ଉପଜିଲ୍ଲାପାଳ ବରଗଡ଼ ଙ୍କୁ ଏହି ବିଷୟରେ ଏକ ସ୍ମାରକ ପତ୍ର ବସ୍ତିବାସୀ ଦେଇଛନ୍ତି । ପୌର ଓ ତହସିଲଦାର ଙ୍କ ଯୁଗ୍ମ ତଦନ୍ତ ପରେ ଆଗାମୀ ପଦକ୍ଷେପ ନେବାକୁ ଡେପୁଟି କଲେକ୍ଟର କହିଛନ୍ତି । ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ସହରାଞ୍ଚଳ ବସ୍ତିବସିନ୍ଧା ପାଇଁ ଭୂମି ଅଧିକାର ଦେବାକୁ ଜାଗା ମିଶନ ଆରମ୍ଭ କରାଗଲା କିନ୍ତୁ ଏହି ଭୂମିହୀନ ଆଦିବାସୀ, ଦଳିତ, ମହିଳା, ବୃଦ୍ଧବୃଦ୍ଧା, ଛୋଟ ଛୁଆଙ୍କ ଥଇଥାନ ପାଇଁ ସରକାର କି ପଦକ୍ଷେପ ନେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ ।
No Result
View All Result