No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ସେପ୍ଟେମ୍ବର,ବୁଧବାର ) ମାହାଙ୍ଗା :- କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ମୁଳବସନ୍ତ ପଞ୍ଚାୟତ ସିପୁରା ଗାଁରେ ପହଂଚିଲା ଶହୀଦ ବିକ୍ରମ ସାହୁଙ୍କ ମରଦେହ ! ଛତିଶଗଡ଼ ଦନ୍ତୱେଡା ଠାରେ ସି ଆର ପି ଏଫ କ୍ୟାମ୍ପରେ ଥିବା ଯବାନ ବିକ୍ରମ ମାଓ ଦମନରେ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରୁଥିଲେ ! ତେବେ ମଙ୍ଗଳବାର ସକାଳେ ଡିଉଟିରେ ଥିବା ସମୟରେ ଏହି ଯବାନ ଜଣକ ଅସୁସ୍ଥତା ଅନୁଭବ କରିଥିଲେ !
ତାଙ୍କୁ ସେଠାରୁ 60କିଲୋମିଟର ଦୂରତାରେ ଥିବା ସେନାର ଡିଷ୍ଟ୍ରିକ ହେଡ କ୍ଵାଟର ହସ୍ପିଟାଲକୁ ନିଆଯାଉଥିବା ବେଳେ ହସ୍ପିଟାଲ ଠାରୁ 20 କିଲୋମିଟର ପୂର୍ବରୁ ବାଟରେ ବିକ୍ରମଙ୍କ ମୃତ୍ୟୁ ଘଟିଥିଲା ! ଶହୀଦ ଯବାନ ବିକ୍ରମ ସାହୁ ଦୀର୍ଘ 10 ବର୍ଷ ତଳୁ ସେନା ବାହିନୀରେ ଭର୍ତ୍ତି ହୋଇଥିଲେ ! ପିଲାଟି ଦିନରୁ ଦେଶ ମାତୃକାର ସେବା ଓ ସୁରକ୍ଷା ପାଇଁ ସେନା ବାହିନୀରେ ସାମିଲ ପାଇଁ ବିକ୍ରମ ସ୍ବପ୍ନ ଦେଖିଥିଲେ ! ଜାମ୍ମୁ କାଶ୍ମୀର, ପଞ୍ଜାବ, ଓ ଛତିଶଗଡ଼ ଅଂଚଳରେ ଅତି ସଫଳତାର ସହିତ ନିଜ କାର୍ଯ୍ୟ ଦକ୍ଷତାର ପରିଚୟ ଦେଇଥିବା ଏହି ବୀର ଯବାନଙ୍କ ବିୟୋଗରେ ମାହାଙ୍ଗା ଅଂଚଳରେ ଶୋକର ଛାୟା ଖେଳିଯାଇଛି !
ସେନା ବାହିନୀର ଏକ ସ୍ୱତନ୍ତ୍ର ଗାଡ଼ିରେ ଶହୀଦ ବିକ୍ରମଙ୍କ ପାର୍ଥିବ ଶରୀରକୁ କଲ୍ୟାଣପୁର ଛକ ଠାରୁ ତାଙ୍କ ଜନ୍ମମାଟି ସିପୁରାକୁ ଏକ ପଟୁଆରରେ ନିଆଯାଇଥିଲା ! ଜନ୍ମମାଟିରେ ଅତ୍ୟନ୍ତ ଶୋକାକୂଳ ପରିବେଶ ମଧ୍ୟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଏହି ବୀର ଯବାନ ବିକ୍ରମ କେଶରୀଙ୍କ ଅନ୍ତିମ ସଂସ୍କାର କରାଯିବା ଦେଖିବାକୁ ମିଳିଥିଲା ! (ଛତିଆ ରୁ ଚନ୍ଦ୍ରଶେଖର ପୃଷ୍ଟି ଙ୍କ ରିପୋର୍ଟ)
No Result
View All Result