ବାଲେଶ୍ୱର ଡିଆରଡ଼ିଓ ରୁ ବିଦେଶୀ ଏଜେଣ୍ଟଙ୍କୁ ତଥ୍ୟ ଲିକ୍ ଅଭିଯୋଗ

ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ମଙ୍ଗଳବାର ) ବାଲେଶ୍ୱର :- ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ତଥ୍ୟ ଲିକ୍ ଡିଆରଡିଓରୁ ତଥ୍ୟ ଲିକ୍ କରି ବିଦେଶୀ ଏଜେଣ୍ଟ ପଠାଉଥିଲେ ସନ୍ଦିଗ୍ଧ ଆଜି ପୁଣି ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର ବାହାରେ ଚିହ୍ନଟ ହୋଇଛନ୍ତି ସନ୍ଦିଗ୍ଧ ଏହି ସନ୍ଦିଗ୍ଧ ମାନେ ଡିଆରଡିଓରୁ ଦେଶ ବାହାରକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଠାଉଥିବା ସୂଚନା ମିଳିଛି । ଡିଆରଡିଓରୁ ତଥ୍ୟ ଲିକ୍ ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ବାଲେଶ୍ୱର ସଦର ଥାନା ପୋଲିସ୍ । ଆଜି ସକାଳୁ ଏମାନଙ୍କୁ କେନ୍ଦ୍ର ବାହାରୁ ଉଠାଇ ଆଣିଛି ବାଲେଶ୍ୱର ପୋଲିସ୍ ର ସ୍ପେଶାଲ ସ୍କ୍ୱାର୍ଡ ।ଏହି ସନ୍ଦିଗ୍ଧ ମାନଙ୍କ ପାଖକୁ ବାରମ୍ବାର ଅନ୍ତର୍ଜାତୀୟ କଲ୍ ମାନ ଆସୁଥିଲା ।

ବିଶେଷଭାବରେ ପାକିସ୍ତାନରୁ ଏମାନଙ୍କ ପାଖକୁ କଲ୍ ଆସୁଥିବାର ଇଣ୍ଟେଲିଜେନ୍ସ ବିଭାଗ ସୂଚନା ପାଇ ଏମାନଙ୍କୁ ଟ୍ରକ୍ କରି ଆଜି ଗିରଫ କରାଯାଇଛି ।ଏବେ ଏହି ୫ ଜଣଙ୍କୁ ବାଲେଶ୍ୱର ସଦର ଥାନାରେ ଅଟକ ରଖି ପଚରା ଉଚରା ଜାରି ରହିଛି ।ଏମାନେ ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ରରେ ଠିକା କର୍ମଚାରୀ ଭାବରେ କାର୍ଯ୍ୟରତ ଥିଲେ ଅଟକ ୫ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବସନ୍ତ ବେହେରା, ଯିଏ ଲଞ୍ଚପ୍ୟାଡ୍ ୩( ଯେଉଁଠାରୁ ପୃଥ୍ୱୀ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥାଏ) ରେ ଏସି ଅପରେଟର ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ନିକଟକୁ ଅନ୍ତର୍ଜାତୀୟ କଲ୍ଆ ସିବା ସହ ସେଠାରୁ ବାହାରକୁ ମଧ୍ୟ କଲ୍ ଯାଉଥିବା ଗୁଇନ୍ଦା ବିଭାଗ ଟ୍ରାକ୍କ ରିଥିଲା ।

ପଡ଼ୋଶୀ ପାକିସ୍ତାନ ଏଜେଣ୍ଟଙ୍କୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ଏହି ଫୋନ୍ କଲ୍ ମାଧ୍ୟମରେ ପ୍ରଦାନ କରାଯାଉଥିବା ସନ୍ଦେହ କରାଯାଉଛି । ଗିରଫ ଅନ୍ୟମାନଙ୍କ ଭିତରେ ଟୁଲୁ ବେହେରା ଓ ସେଖ୍ ମୁସାକ୍ ନାମକ ଦୁଇ ଜଣ ଠିକା କର୍ମଚାରୀ ରହିଛନ୍ତି ଯେଉଁମାନଙ୍କ ପାଖକୁ ମଧ୍ୟ ସମାନ ଭାବରେ ଅନ୍ତର୍ଜାତୀୟ କଲ୍ ଆସୁଥିବାର ସୂଚନା ରହିଛି ।ପୂର୍ବରୁ ୨୦୧୫ରେ ଚାନ୍ଦିପୁର ପ୍ରତିଗବେଷଣା ପ୍ରତିଷ୍ଠାନରୁ ଇଶ୍ୱର ଚନ୍ଦ୍ର ବେହେରା ନାମକ ଜଣେ ସନ୍ଦିଗ୍ଧଙ୍କୁ ଗିରଫ୍କରାଯାଇଥିଲା ଯିଏକି ଆଇଏସଆଇ ଲିଙ୍କ୍ ରେ ରହିଥିଲେ ଓ ଅତି ଗୁରୁତ୍ୱପୂର୍ଣ୍ଣ ଫଟୋ ଓ ପ୍ରତିରକ୍ଷା ଫଟୋ ମାନ ପାକିସ୍ତାନ ଏଜେଣ୍ଟଙ୍କୁ ପଠାଉଥିଲେ । ବର୍ତ୍ତମାନ ଇଶ୍ୱରଚନ୍ଦ୍ର ବେହେରା ଆଜିବନ କାରାଦଣ୍ଡରେ ସଜ୍ଜା କଟୁଛନ୍ତି । (ଦୀପ୍ତିମାନ ପତି, ବାଲେଶ୍ୱର )