No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ମଙ୍ଗଳବାର ) ବରଗଡ଼ :- ବରଗଡ଼ ଜିଲ୍ଲାରେ ରକ୍ତଭାଵ ଦୂର କରିବା ପାଇଁ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସୋହେଲା ବ୍ଲକ ଅନ୍ତର୍ଗତ କନାପାଲି ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର କୁ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଉଦଘାଟନ କରିଥିଲେ । ଏହି ଶିବିରରେ ମୋଟ ୪୨ ୟୁନିଟ ରକ୍ତ ସଂଗୃହୀତ କରାଯାଇଥିଲା l

ଜ଼ିଲ୍ଲା ପରିଷଦ ସଭ୍ୟ ସୁବ୍ରତ ବେହେରା ଙ୍କ ପ୍ରୟାସରେ ଅଂଚଳର ଅନେକ ମହିଳା ଓ ଯୁବକ ମାନେ ସ୍ବେଚ୍ଛାକୃତ ଭାବେ ଆସି ରକ୍ତଦାନ କରି ନିଜେ ଖୁସି ଅନୁଭବ କରିବା ସହ ରକ୍ତଦାନ କରିବା ପାଇଁ ଅନ୍ୟ ମାନଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୋ ପରିବାର ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର, ବରଗଡବିଜୁ ଯୁବ ଜନତା ଦଳର ଜ଼ିଲ୍ଲା ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ,ଉତ୍ତର କୁମାର ବାରିକ ଙ୍କ ସମେତ ସ୍ଥାନୀୟ ଯୁବକ ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l
No Result
View All Result