No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ମଙ୍ଗଳବାର )ବାଙ୍କୀ :- ଡମପଡ଼ା ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ପଞ୍ଚାୟତସ୍ଥ ରାମଚନ୍ଦ୍ରପୁର ଗ୍ରାମର ଅକ୍ଷୟ କୁମାର ନାୟକ ଙ୍କ ଘର ଲଗାଣ ବର୍ଷା ଫଳରେ ଭାଙ୍ଗି ପଡିଛି । ସେ ଏକ ହରିଜନ ପରିବାରର ଅଟନ୍ତି । ତାଙ୍କର ଚଳିବା ପାଇଁ କୌଣସି ସୁବିଧା ନାହିଁ । ଦିନ ମଜୁରୀ ଲାଗି ପରିବାର ଭରଣ ପୋଷଣ କରିଥାନ୍ତି ।ଗତ ଦୁଇଦିନ ହେବ ଲଗାଣ ବର୍ଷା ଫଳରେ ଘରଟି ଭାଙ୍ଗିଯିବା ଫଳରେ ସେମାନେ ବର୍ତ୍ତମାନ ଖୋଲା ଆକାଶ ତଳେ ଆଶ୍ରୟ ନେଇଛନ୍ତି । ତେଣୁ ତୁରନ୍ତ ତାଙ୍କୁ ସରକାରୀ ସହାୟତା
ଯୋଗାଇବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ଦେବାପାଇଁ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ଓ ସମବାୟବିତ ସମରେନ୍ଦ୍ର ମହାପାତ୍ର ଙ୍କ ପକ୍ଷରୁ ଦାବୀ ହୋଇଛି । ଏ ସଂପର୍କରେ ସଦର ରାଜସ୍ୱ ଅଧିକାରୀ ଏବଂ ବାଙ୍କୀ ତହସିଲଦାରଙ୍କୁ ଅବଗତ କରାଯାଇଛି । ସେମାନେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି ।
No Result
View All Result