• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଯୋଡ଼ାରେ ତୃଣମୂଳ ଫୁଟ୍‌ବଲ୍ ଗତିଶୀଳ ଯୋଡ଼ା

Proprietor Abhimanyu Maharana by Proprietor Abhimanyu Maharana
September 14, 2021
in ଓଡ଼ିଶା, କ୍ରୀଡ଼ା, ଖେଳ, ହୋମ୍
0
ଯୋଡ଼ାରେ ତୃଣମୂଳ ଫୁଟ୍‌ବଲ୍ ଗତିଶୀଳ ଯୋଡ଼ା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୩ ସେପ୍ଟେମ୍ବର ସୋମବାର ) ଭୁବନେଶ୍ୱର :- ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ କ୍ଷୁଦ୍ର ସହରଗୁଡ଼ିକ ଦେଶର କ୍ରୀଡ଼ା ଦୃଶ୍ୟପଟ୍ଟରେ ବେଶ ଧ୍ୟାନ ଆକର୍ଷଣ କରୁଛନ୍ତି । ଭାରତର ପରବର୍ତୀ ପିଢ଼ିର କ୍ରୀଡ଼ା ସୁପରଷ୍ଟାର୍‌ମାନେ ଭାରତର ଦୁର୍ଗମ, ବିନମ୍ର ଓ ଗରିବ ଅଜଣା ଗ୍ରାମଗୁଡ଼ିକରୁ ଆସିବେ । ବାଇଚୁଙ୍ଗ ଭୁତିଆ ଓ ଡାଙ୍ଗମେଇ ଗ୍ରେସ୍‌ଙ୍କ ଭଳି କ୍ରୀଡ଼ାବିତମାନେ ପ୍ରତିବନ୍ଧକରୁ ଆଗକୁ ବଢ଼ି ବର୍ଣ୍ଣନାତୀନ ଭାରତକୁ ବିଶ୍ୱ ଫୁଟବଲ୍ ମାନଚିତ୍ରରେ ସ୍ଥାନିତ କରିଛନ୍ତି । ସରକାର ମଧ୍ୟ ଗ୍ରାମୀଣ ପ୍ରତିଭାମାନଙ୍କ ପ୍ରସାର ଉପରେ ଗୁରୁତ୍ୱାରୋପ କରୁଥିବାରୁ କ୍ରୀଡ଼ା ସଂସ୍କୃତିରେ ପର୍ଯ୍ୟାୟକ୍ରମେ ପରିବର୍ତନ ହେଉଛି । ସରକାରଙ୍କ ଏହି ଅଭିଯାନକୁ ନିଜ ଉଦ୍ୟମରେ ଆଗକୁ ବଢ଼ାଇ ଟାଟା ଷ୍ଟିଲ୍‌ ଫାଉଣ୍ଡେସନ କ୍ରୀଡ଼ା କ୍ଷେତ୍ରରେ ଗ୍ରାମୀଣ ପ୍ରତିଭାଙ୍କ ପ୍ରସାର କରୁଛି ।

କଂପାନିର କାର୍ଯ୍ୟକ୍ଷେତ୍ର ଯୋଡ଼ାର ଆଖପାକ ଅଂଚଳରେ କ୍ରୀଡ଼ା ପ୍ରତିଭାମାନଙ୍କ ପ୍ରସାର ଲାଗି ପ୍ରତିଷ୍ଠା କରାଯାଇଥିବା ଏକ ଫୁଟବଲ କୋଚିଂ ସେଂଟର ହେଉଛି ସବୁଠୁ ଉଲ୍ଲେଖନୀୟ । ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ ହେଉଛି ଆଦିବାସୀ ସମ୍ପ୍ରଦାୟର ଏହି ଯୁବବର୍ଗଙ୍କୁ ରାଜ୍ୟ ଓ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନ କରିବା ଲାଗି ଏକ ମଂଚ ପ୍ରଦାନ କରିବା । ପୁନଶ୍ଚ, ଭବିଷ୍ୟତରେ ଏହା ସେମାନଙ୍କ ଜୀବନଜୀବିକାର ଏକ ମାଧ୍ୟମ ଭାବେ କାର୍ଯ୍ୟ କରିବ । ବର୍ତମାନ ଆଖପାଖ ଅଂଚଳର ୫୦ ଯୁବବର୍ଗଙ୍କୁ ଅଣ୍ଡର-୧୧ ଓ ଅଣ୍ଡର-୧୩ ବର୍ଗରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଓଡ଼ିଶାର ଜଣେ ବିଶିଷ୍ଟ ଫୁଟବଲ ଖେଳାଳୀ ଭାବେ ଜଣାଶୁଣା ବାଦଲ ମହାକୁଡ଼ ଗତ ଛଅ ବର୍ଷ ଧରି ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । “ବିଗତ ବର୍ଷଗୁଡ଼ିକରେ ଆଦିବାସୀ ସମ୍ପ୍ରଦାୟର କ୍ରୀଡ଼ାବିତମାନେ ସେମାନଙ୍କ ନିର୍ଦିଷ୍ଟ ଶୃଙ୍ଖଳାରେ ନିଜ ରାଜ୍ୟ ଓ ପରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି ।

ତେଣୁ, ଏହି ଅଂଚଳରେ ବିପୁଳ ସମ୍ଭାବନା ରହିଛି । ଆମକୁ ତାହା ସନ୍‌ଧାନ କରିବାକୁ ଏବଂ ସେଭଳି ପ୍ରତିଭା ଯୋଗାଡ଼ କରିବାକୁ ହେବ ବୋଲି ଶ୍ରୀ ମହାକୁଡ଼ କହିଛନ୍ତି ।’’ ପିଲାମାନଙ୍କ ଭିତରେ ଫୁଟବଲ୍ ପ୍ରତି ଆଗ୍ରହ ସୃଷ୍ଟି କରିବା ଲାଗି ଅଂଶଗ୍ରହଣକାରୀମାନଙ୍କୁ ଜର୍ସି, ସକ୍ସ, ପାଣି ବୋତଲ, ଫୁଟବଲ୍‌, ପ୍ଲାଷ୍ଟିକ୍‌ ମାର୍କିଂ ହର୍ଡଲ୍‌ସ ଆଦି ଥିବା ଫୁଟ୍‌ବଲ୍ କିଟ୍ ଦିଆଯାଉଛି । ଭର୍ତି ହୋଇଥିବା ପିଲାମାନଙ୍କୁ ନିରବଚ୍ଛିନ୍ନ ଓ ପ୍ରଭାବଶାଳୀ କୋଚିଂ ପ୍ରଦାନ କରିବା ଲାଗି ସାମଗ୍ରିକ ଭାବେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇଛି । ଏହି ଅଭିଯାନ ବାସ୍ତବରେ ଫଳ ପ୍ରଦାନ କରିଛି କାରଣ ଜିଲ୍ଲା କ୍ରୀଡ଼ା କର୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ଚୟନ ଶିବିରରେ ସେମାନଙ୍କ ଭିତରୁ କିଛି ଅଂଶ ରହିଛନ୍ତି ଏବଂ ଅନେକ ଜାତୀୟ ସ୍ତରର ମ୍ୟାଚ୍ ଖେଳିବାକୁ ଯାଇଛନ୍ତି । ୧୩ ବର୍ଷ ବୟସରୁ ନିଜର ଅଭ୍ୟାସ ଆରମ୍ଭ କରିଥିବା ମନିଷା ନାଏକ ପ୍ରାୟ ୧୦ଟି ଜାତୀୟ ଓ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି । “ଟେଲିଭିଜନରେ ମୁଁ ଫୁଟବଲ୍‌ ମ୍ୟାଚ୍ ଦେଖିଥିଲି ଏବଂ ପିଲାଟି ଦିନରୁ କ୍ରୀଡ଼ାକୁ ନେଇ ମୁଁ ରୋମାଂଚିତ ରହିଛି ।

ଯେତେବେଳେ ଏହି କ୍ରୀଡ଼ାକୁ ଜାଣିବା ଲାଗି ମୋତେ ସୁଯୋଗ ମିଳିଲା ମୁଁ ତାହାକୁ ହାତଛଡ଼ା କରିବାକୁ ଚାହିନଥିଲି । ମୁଁ ଏହାକୁ ଏକ ବୃତି ଭାବେ ଗ୍ରହଣ କରିବାକୁ ଯୋଜନା କରିଥିଲି ବୋଲି ମନିଷା କହିଛନ୍ତି ।’’ ୨୦୧୫ ପରଠାରୁ ପ୍ରଶିକ୍ଷଣ ଗ୍ରହଣ କରୁଥିବା ନିଶି ବୋଦ୍ରା କହିଛନ୍ତି ଯେ, “ମୁଁ ଜିଲ୍ଲା ସ୍ତରରେ ଖେଳିଛି ଏବଂ ମୋର ଲକ୍ଷ୍ୟ ହେଉଛି ଦିନେ ଜାତୀୟ ଦଳ ପାଇଁ ଖେଳିବା ବୋଲି ସେ କହିଛନ୍ତି ।’’ ଫୁଟବଲ୍‌ରେ ପ୍ରଶିକ୍ଷଣ ପ୍ରଦାନ କରିବା ବ୍ୟତୀତ ନିୟମିତ ବ୍ୟବଧାନରେ କ୍ରୀଡ଼ା କାର୍ଯ୍ୟକ୍ରମ ନିୟମିତ ଆୟୋଜନ କରାଯାଉଛି । ଏହା ବ୍ୟତୀତ ଯୁବବର୍ଗଙ୍କୁ ପର୍ବତାରୋହଣ ଉପରେ ବ୍ୟାପକ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ସ୍କୁଲରେ ସଂଖ୍ୟାଧିକ କ୍ରୀଡ଼ା ଉତ୍ସବ ଆୟୋଜନ କରାଯାଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ

ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ

September 10, 2026
ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ର ସମାପନୀ ସମାରୋହ

ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ର ସମାପନୀ ସମାରୋହ

September 10, 2026
ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର

ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର

September 10, 2026
ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

September 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ

ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ

September 10, 2026
ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ର ସମାପନୀ ସମାରୋହ

ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ର ସମାପନୀ ସମାରୋହ

September 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version