No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୩ ସେପ୍ଟେମ୍ବର ସୋମବାର ) ବରଗଡ଼ :- ଲରମ୍ଭା ମହାବିଦ୍ୟାଳୟ ୨୦୦୧-୨୦୦୩ ବ୍ୟାଚର ଛାତ୍ରମାନଙ୍କ ନୁଆଁଖାଇ ଉପଲକ୍ଷେ ବାର୍ଷିକ ବନ୍ଧୁମିଳନ ଲରମ୍ଭା ମହାବିଦ୍ୟାଳୟସ୍ଥିତ ଇନଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହା ୨୦୧୮ ମସିହାରୁ ବିଭିନ୍ନ ସ୍ଥାନରେ କରାଯାଇଆସୁଅଛି । ଉକ୍ତ ବନ୍ଧୁମିଳନରେ ରାକେଶ କୁମାର ଦୀପଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଦିବଂଗତ ବନ୍ଧୁ ମାନସ କୁମାର ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।
ଏହା ପରେ ଓଡ଼ିଶା ସରକାରଙ୍କ ମୋ କଲେଜ ଅଭିଯାନ ପାଇଁ ସହଯୋଗ ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ପରିଶେଷରେ ଚିତ୍ତରଞ୍ଜନ ପ୍ରଧାନ ବନ୍ଧୁମାନଙ୍କ ଉଜ୍ବଳ ଭବିଷ୍ୟତ ତଥା ଉତ୍ତମ ସ୍ବାସ୍ଥ୍ୟ କାମନା କରି ବନ୍ଧୁ ମିଳନ ଉତ୍ସବରେ ଯୋଗ ଦେଇଥିବାରୁ ବନ୍ଧୁମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହେବାରେ ମୁକେଶ କୁମାର ସାହୁ, ଦୁଷ୍ମନ୍ତ ସାହୁ, ବିନୀତ କୁମାର ପ୍ରଧାନ ତଥା ଟିକେଶ୍ୱର ସୁଶାରୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
No Result
View All Result