No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୩ ସେପ୍ଟେମ୍ବର ସୋମବାର ) ବରଗଡ :- ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନୂଆଁଖାଇ ଦିନ ସନ୍ଧ୍ୟାରେ ବରଗଡ଼ ନିକଟସ୍ଥ ଦେଓଗାଁ ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କେବଳ ମହିଳା ମାନଙ୍କୁ ନେଇ ସୃଜନୀ ସାଂସ୍କୃତିକ କଳା ପରିଷଦ ଆନୁକୂଲ୍ୟରେ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ରିଙ୍କି ବାରିକ ସଭାପତିତ୍ବରେ କରିଥିବା ବେଳେ ସିନେ ଅଭିନେତ୍ରୀ ଡ.ତପସ୍ଵୀନି ଗୁରୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଆଡ଼ଭୋକେଟ ଜୟଶ୍ରୀ ମହାପାତ୍ର ଯୋଗଦେଇଥିବା ବେଳେ ବିଶିଷ୍ଟ ସାହିତ୍ୟିକା ସଙ୍ଗୀତା ପଣ୍ଡା ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଅତିଥି ମାନେ ନୂଆଁଖାଇ ର ପରମ୍ପରା,ସଂସ୍କୃତି,ଭାଷା, ଉପରେ ଆଲୋକପାତ କରିଥିଲେ । ଏହି ସଭାରେ ଅତିଥି ପରିଚୟ ସୁଶ୍ରୀ ଅର୍ପିତା ମେହେର ଦେଇଥିବା ବେଳେ ସୁଶ୍ରୀ ଶିଖା ପଟେଲ ସଂପାଦକୀୟ ବିବରଣୀ ପାଠ କରିଥିଲେ।ସୁଶ୍ରୀ ରୀନା ଦାଶ ପୂଜ୍ୟପୂଜା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୁଶ୍ରୀ ପ୍ରିୟାରାଣୀ ରଥ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗ୍ରାମର ଚାଷୀ, ସ୍ବାସ୍ଥ୍ୟ କର୍ମୀ, ସାମରିକ ଅଧିକାରୀ, ବୟୋଜ୍ୟେଷ୍ଠ ବ୍ୟକ୍ତି, କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଷଦର ମହିଳା ସଦସ୍ୟ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଯାହାକୁ ଉପସ୍ଥିତ ଗ୍ରାମବାସୀ ଉପଭୋଗ କରିଥିଲେ ।
No Result
View All Result