No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୨ ସେପ୍ଟେମ୍ବର ରବିବାର ) ନୟାଗଡ ଜିଲ୍ଲା ,ଅଶ୍ୱିନୀ କୁମାର ସାହୁ :- ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ଅଧୀନରେ ଥିବା ସ୍ୱୟଂଚାଳିତ ସଂସ୍ଥା ନେହେରୁ ଯୁବ କେନ୍ଦ୍ର (NYKS) ନୟାଗଡ ଜିଲ୍ଲା କାର୍ଯ୍ୟାଳୟ ଓ ଜାତୀୟ ସେବା ଯୋଜନା (NSS) ର ମିଳିତ ଆନୁକୁଲ୍ୟରେ ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି, “ଆଜାଦି କା ଅମୃତ ମହୋତ୍ସବ” ଉପଲକ୍ଷେ ସୁସ୍ଥ ଗଣ ଦୌଡ଼ ୨.୦(ଫିଟ୍ ଇଣ୍ଡିଆ ଫ୍ରିଡମ ରନ୍ ୨.୦) କାର୍ଯ୍ୟକ୍ରମ ନୟାଗଡ ସ୍ଵୟଂଶାସିତ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ NYKS , NSS ଓ NYK ଦ୍ଵାରା ସହବନ୍ଧିତ ୟୁଥ୍ କ୍ଲବ୍ ମାନଙ୍କରୁ ପ୍ରାୟ ୯୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ପ୍ରାଥମିକ ପର୍ଯ୍ୟାୟ ରେ NYK ,NSS ଓ ଅନ୍ୟାନ୍ୟ ସରକାରୀ ଅଧିକାରୀମାନେ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଆମେମାନେ ଦୈନଦିନ ଜୀବନରେ ନିଜେ ସୁସ୍ଥ ରହିବା ସହିତ ଜନସାଧାରଣଙ୍କ ପାଖରେ ସୁସ୍ଥତାର ବାର୍ତ୍ତା ପହଞ୍ଚାଇବା । ଏଥି ପାଇଁ ଭାରତ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ତରଫରୁ ଏକ ମନ୍ତ୍ର “ଫିଟନେସ କା ଡୋଜ୍ ଅଧ ଘଣ୍ଟା ରୋଜ୍” ଆରମ୍ଭ କରାଯାଇଛି । ଏହି ପ୍ରକାରେ ଉକ୍ତ କାର୍ଯ୍ୟକ୍ରମ ଟି NYK ସହାୟତାରେ ଜାତୀୟ ଯୁବ ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ଗ୍ରାମସ୍ତରରେ ୭୫ ଟି ଗ୍ରାମରେ ଆୟୋଜିତ ହୋଇଛି ।

No Result
View All Result