ବାଲିଗୁଡା, (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହ ଠାରେ ୧୫ ତମ ସ୍ୱତନ୍ତ୍ର କାଉନସିଲ ବୈଠକ ଶୁକ୍ରବାର ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକ ରେ ଅଧ୍ୟକ୍ଷ ସମେତ ଉପାଧ୍ୟକ୍ଷା ଶାନ୍ତି କୁମାରୀ ନାୟକ, ବିଧାୟକ ପ୍ରତିନିଧି ଅବନୀ କାନ୍ତ ନାୟକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ ଙ୍କ ସମେତ ୧୦ ଜଣ କାଉନସିଲର ଉପସ୍ଥିତ ଥିଲେ |

ଏନଏସି ଅଧ୍ୟକ୍ଷ ଙ୍କ ଅନୁମତି କ୍ରମେ ପୂର୍ବ କାଉନସିଲ ବୈଠକ ର ବିବରଣୀ ବରିଷ୍ଠ ଏନଏସି କର୍ମଚାରୀ ବାଇଧର ମଳିକ ପାଠ କରିବା ସହିତ ଦୃଢ଼ି କରଣ କରାଯାଇଥିଲା | ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ କାଉନସିଲ ବୈଠକ ରେ ସମସ୍ତ ଙ୍କୁ ସ୍ୱାଗତ କରିବା ସହିତ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କ ରେ ଅଭିବ୍ୟକ୍ତ ରଖିଥିଲେ | ଏହି ବୈଠକରେ ବାଲିଗୁଡା ଏନଏସି ର ୧୩ ଟି ୱାର୍ଡ ର ରାସ୍ତା ଘାଟ, ଡ୍ରେନେଜ ସମସ୍ୟା, ସହର ପରିମଳ ବ୍ୟବସ୍ଥା ସୌନ୍ଦର୍ଯ୍ୟ କରଣ,

ଆଲୋକିକରଣ ସମେତ ସହର ରେ ଥିବା ବିଭିନ୍ନ ସମସ୍ୟା ତଥା ବିକାଶ ମୂଳକ କାର୍ଯ୍ୟ ସମ୍ପର୍କ ରେ ଆଲୋଚନା କରାଯାଇଥିଲା | ଏହି ବୈଠକରେ ୧୦ ଜଣ କାଉନସିଲରଙ୍କ ସମେତ ସମସ୍ତ ଏନଏସି କର୍ମଚାରୀ ଉପସ୍ଥିତ ଥିଲେ | ଏହି ବୈଠକ ରେ ଦୁଇ କଂଗ୍ରେସ କାଉନସିଲର ଅସନ୍ତୋଷ ପ୍ରକାଶ କରି ଏନ ଏ ସି କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାପକ ଦୁର୍ନୀତି ସହ ଆୟବ୍ୟୟର ହିସାବ ଦେଉନଥିବା ପ୍ରତିବାଦରେ ଧାରଣା ଦେଇଥିଲେ l