ହିଞ୍ଜିଳିକାଟୁ,ରିପୋର୍ଟ ଶେଷଦେବ ସାହୁ ( ଓଡିଶା ତାଜା ନ୍ୟୁଜ୍ ) ବାଉଁଶ କାରିଗର, 20.4.2020 ଏପ୍ରିଲ, ସୋମବାର :- ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ପାଟ, ବେଲଗୁଣ୍ଠାର ପିତଳ ମାଛ ଭଳି ସ୍ଥାନୀୟ ଅଂଚଳର ବାଉଁଶ କଳାକୃର୍ତି ବେଶ୍ ଲୋକପ୍ରିୟ । ହେଲେ ସରକାରୀ ପ୍ରୋତ୍ସାହନ ଅଭାବ ଯୋଗୁଁ ଏବେ ସଙ୍କଟରେ ବାଉଁଶ କାରିଗର । ସରକାରୀ ସହାୟତାର ଅଭାବ ସହ ପ୍ଳାଷ୍ଟିକ ବ୍ୟବହାର ଯୋଗୁଁ ବାଉଁଶ ବୁଣାଳିଙ୍କ ସ୍ଥିତି ଧିରେ ଧିରେ ଦୁର୍ଦିନ ହେବାରେ ଲାଗିଛି । ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ହିଞ୍ଜିଳିକାଟୁ ଅଂଚଳରେ ।ଏଭଳି ସ୍ଥିତିରେ ବାଉଁଶ ବୁଣାଳି ନିଜ କୌଳିକ ବୃତି ଛାଡ଼ି ଅନ୍ୟ ବୃବସାୟକୁ ଆପଣେଇବାରେ ଲାଗିଛନ୍ତି । ସୂଚନା ମୁତାବକ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ବେଲଗୁଣ୍ଠା, ସୋରଡ଼ା, ଆସିକା ଭଳି ହିଞ୍ଜିଳିକାଟୁ ଅଂଚଳରେ ମଧ୍ୟ ମାଦିରି ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି । ମୁଖ୍ୟତଃ ବାଉଁଶକୁ ବ୍ୟବହାର କରି ବିଭିନ୍ନ ପ୍ରକାର କଳାକୃତି ସହିତ ଅନେକ ପ୍ରକାର ଗୃହ ଉପକରଣ ଦ୍ରବ୍ୟ ସେମାନେ ପ୍ରସ୍ତୁତ କରିଥାନ୍ତି । ପୂର୍ବରୁ ଏସବୁର ଚାହିଦା ଅଧିକ ଥିବା ବେଳେ ବର୍ତମାନା ତାହା ଧିରେ ଧିରେ କମିବାରେ ଲାଗିଛି । ଝିଅ ବାହାଘର ସମୟରେ ଅନେକ ଗୁଡ଼ିଏ ବାଉଁଶ ତିଆରି ସାମଗ୍ରୀ ଲୋକେ ଆଗ୍ରହ ସହକାରେ କିଣୁଥିଲେ । ହେଲେ ବର୍ତମାନ ଆଉ ସେ ସମୟ ନାହିଁ । ଆଧୁନିକତାର ଛାପରେ ହଜିବାକୁ ବସଲାଣି ବାଉଁଶ ତିଆରି ସାମଗ୍ରୀ । ପ୍ଳାଷ୍ଟିକ ନେଉଛି ବାଉଁଶ ତିଆରି ସାମଗ୍ରୀର ସ୍ଥାନ । କୌଳିକ ବୃତିକୁ ବଂଚାଇ ରଖି ହିଞ୍ଜିଳିକାଟୁ ଅଂଚଳର ଯେଉଁ କେତେକ ମୁଷ୍ଟିମେୟ ବାଊଁଶପାତି (ମେଦିରି)କାରିଗର ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ଅଂଚଳର ସୁନାମ ରଖିବାରେ ସଫଳ ହୋଇ ଆସୁଛନ୍ତି ସେମାନଙ୍କ ଭାଗ୍ୟ ଆଜି ପଥର ତଳେ ରହିଯାଇଛି । ଏହି କୂଶଳୀ କାରିଗରଙ୍କ ହାତର ସ୍ପର୍ଶରେ ବାଊଁଶପାତିରେ ତିଆରି ବିଭିନ୍ନ ସାମଗ୍ରୀ ବେଶ ଆକର୍ଶଣୀୟ । ତେବେ ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳୁଥିବାରୁ ଏହି ବାଉଁଶପାତି କାରିଗର ମାନେ ନିଜର କୁଳ ବେଉସାରୁ ମୁହଁ ଫେରାଇନେବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳୁଛି । ହିଞ୍ଜିଳିକାଟୁ ସହରର ବଡ଼ ହରିଜନ ସାହି, ହିଞ୍ଜିଳିକାଟୁ ସହର ନିକଟସ୍ଥ ଶ୍ୟାମଳାଇ, ବୁରୁପଡ଼ା, ପିତଳ ଏବଂ ନିକଟବର୍ତି ଅଂଚଳର ଅଧିକାଂଶ ରାଜରାସ୍ତାରେ ପେଟପାଟଣା ପାଇଁ ଅନେକ ଉଠା ଦୋକାନ କରି ନିଜନିଜ ପସରା ମେଲାଇ ଗୁଜୁରାଣ ମେଂଟାଉଛନ୍ତି । ଅପର ପକ୍ଷରେ କେହି କେହି ନିଜର କୁଳବେଉସାକୁ ଧରି ପରିବାର ପ୍ରତିପୋଷଣ ପାଇଁ ବାଉଁଶପାତି କାମକୁ ଆଦରି ନେଊଛନ୍ତି । ସକାଳୁ ସନ୍ଧ୍ୟା ଯାଏଁ ବାଉଁଶରେ ଡ଼ାଲିଆ, ଚିଡ଼ି, ତାଟ, ଡ଼ାଲାପେଢି ସମେତ ବିଭିନ୍ନ ରଙ୍ଗ ବେରଙ୍ଗର ସାମଗ୍ରୀ ତିଆରି କରି ବିକ୍ରି କଲେ ରାତିରେ ଚୁଲି ଜଳିବ । କୁଳ ବେଉସାକୁ ଆଦରି ନେଇ ସୂର୍ଯ୍ୟ ଉଇଁଲେ ପିଲାଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଲାଗି ପଡ଼ନ୍ତି ବାଉଁଶରୁ ବିଭିନ୍ନ ସାମଗ୍ରୀ ତିଆରି କାର୍ଯ୍ୟରେ । ରାସ୍ତା କଡ଼ରେ ଖୋଲା ଆକାଶ ତଳେ କଠିନ ପରିଶ୍ରମ କରି ବାଉଁଶ ତିଆରି ବିଭିନ୍ନ ସାମଗ୍ରୀ ବିକ୍ରି କରି ପରିବାରର ଗୁଜୁରାଣ ମେଂଟାଇଥାନ୍ତି । କିଛି ବର୍ଷ ପୂର୍ବେ ଏହି ବାଊଁଶପାତି କାରିଗର ମାନେ ଗଞ୍ଜାମ ଜିଲ୍ଲାର ସୋରଡ଼ା, ବଡ଼ଗଡ଼, ଗାଙ୍ଗପୁର ପ୍ରମୁଖ ଅଂଚଳରୁ ବାଉଁଶକୁ କଂଚାମାଲ ରୂପେ ସଂଗ୍ରହ କରି ରାଜରାସ୍ତାରେ ରଖି ବିକ୍ରି କରୁଥିଲେ । ବର୍ତମାନ ବାଉଁଶ ମିଳିବା କଷ୍ଟକର ହୋଇପଡ଼ିଥିବା ବେଳେ ଚଢା ଦରରେ ବାଉଁଶ କିଣି ନିଜର କୌଳିକ ବୃତିକୁ ବଂଚାଇ ରଖିଥିବା ଏହି ବାଊଁଶପାତି କାରିଗର ମାନେ ନାନା ଦୁର୍ଦ୍ଧିନରେ କାଳାତିପାତ କରୁଛନ୍ତି । ସରକାରୀ ପ୍ରୋସ୍ôାହନ ଓ ଆର୍ଥଅଭାବରୁ ଏହି ବାଊଁଶ କାରିଗର ମାନେ ଉପରକୁ ଊଠି ପାରୁନାହାନ୍ତି । ରାସ୍ତାଖର୍ଚ୍ଚ, ପରିବହନ ଖର୍ଚ୍ଚ, କଂଚାମାଲର ଚଢାଦର ଏ କ୍ଷେତ୍ରରେ ଅନ୍ତରାୟ ହୋଇଛି । ବାଉଁଶପାତି କରିଗରମାନଙ୍କ ସନ୍ତାନମାନେ ଉଚ୍ଚଶିକ୍ଷା କରୁଥିଲେ ମଧ୍ୟ ସେମାନଙ୍କୁ ମେଦିରି ସମ୍ପ୍ରଦାୟର ଜାତିଗତ ପ୍ରମାଣପତ୍ର ମିଳୁନଥିବା ଅଭିଯୋଗ ହେଉଛି । ବାଉଁଶପାତି କାରିଗର ମାନଙ୍କୁ ସରକାରୀ ପ୍ରୋସ୍ôାହନ ଯୋଗାଇଦେବା ନିମନ୍ତେ ମେଦିରି ସମ୍ପ୍ରଦାୟର ବିମ୍ବାଧର ଘଡ଼ାଇ, ସୁବାଷ ନାହାକ, ପର୍ଶୁ ମଲ୍ଲିକ, ବିଶ୍ୱନାଥ ନାହାକ, ଦିଲ୍ଲି ଘଡ଼ାଇ, କାମରାଜୁ ଘଡ଼ାଇ ପ୍ରମୁଖ ଦାବୀ ଜଣାଇଛନ୍ତି ।