No Result
View All Result
ପଞ୍ଚାୟତବାସୀଙ୍କ ସମସ୍ୟା ବୁଝିଲେ : କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

ଗ୍ରାମରେ ଲୋକଙ୍କ ଆବଶ୍ୟକତା ପାଇଁ କରାଯିବାକୁ ଥିବା କାମର ତାଲିକା ପ୍ରସ୍ତୁତ
ଓଡ଼ିଶା ତାଜା ନ୍ୟୁଜ (୧୧ ସେପ୍ଟେମ୍ବର ଶନିବାର ) ଓଡ଼ଗାଁ :- ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ଓଡ଼ଗାଁ ବ୍ଲକର ୩ଟି ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମ ଗ୍ରସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିଥିଲେ । ଗ୍ରାମରେ ଲୋକଙ୍କ ଆବଶ୍ୟକତା ପାଇଁ କରାଯିବାକୁ ଥିବା କାମର ତାଲିକା ପ୍ରସ୍ତୁତ କରାଯାଇଛି , ବିଭିନ୍ନ ଜନହିତକର କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଆଜି ପ୍ରଥମେ ରବିଗାଡ଼ିଆ ପଞ୍ଚାୟତରେ ପାନୀୟଜଳ ଯୋଗାଣ ସୁବିଧା ଉପଲବ୍ଧ ଥିଲେ ସୁଦ୍ଧା ଯାନ୍ତ୍ରିକ ତ୍ରୁଟି ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

କୁରାଳ ପଞ୍ଚାୟତର ଦଣ୍ଡୋର,ନାଥିଆପଲ୍ଲୀ,ନାଉରିଆଗୋଡା ,ହନୁମନ୍ତିଆ, କୁରାଳ ଗ୍ରସ୍ତ ବେଳେ ଗ୍ରାମବାସୀ କାଳୀ ମନ୍ଦିରର ଉନ୍ନତିକରଣ, ବାଗ୍ଦେବୀପୀଠର ବିକାଶ , କୁରାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା, ଖେଳପଡ଼ିଆର ଉନ୍ନତିକରଣ , ରୃସ୍ୟଶୃଙ୍ଗ ପୀଠର ଉନ୍ନତିକରଣ, ପୁଷ୍କରିଣୀ ପାହାଚ ନିର୍ମାଣ , ବ୍ରାହ୍ମଣଦେବୀ ଠାକୁରାଣୀ ମନ୍ଦିରର ସୌନ୍ଦର୍ଯ୍ୟକରଣ,ଗ୍ରାମ ମଝିରେ ଇଲେକ୍ଟ୍ରି ଟ୍ରାନ୍ସଫର୍ମର ସ୍ଥାନାନ୍ତରଣ, ମନ୍ଦିର ପାଚେରୀ ନିର୍ମାଣ , ବିଶେଷକରି ଆବାସ ତାଲିକାରୁ ବାଦ ପଡିଥିବା ଯୋଗ୍ୟ ହିତାଧିକାରୀମାନେ ମନ୍ତ୍ରୀଙ୍କୁ ନିଜର ଅଭିଯୋଗ ଜଣାଇଥିଲେ ।

ଗିରିଡିପଲ୍ଲୀ ପଞ୍ଚାୟତ ଧଝୋଲା ,ଗିରିଡିପଲ୍ଲୀ ,ପାଣଖଜୁରିଆ ,ଝାଡ଼ସାହି ,ତୋଟାପଲ୍ଲୀ ,ଡହଙ୍ଗି ଗ୍ରସ୍ତ ସମୟରେ ନୂତନ କଳାକାର ଭତ୍ତା ପ୍ରଦାନ ,ପୁଷ୍କରିଣୀର ସୌନ୍ଦର୍ୟ୍ଯକରଣ, ମିନି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ,ପାନୀୟ ଜଳ ସମ୍ବନ୍ଧରେ ସ୍ଥାନୀୟ ଲୋକେ ମନ୍ତ୍ରୀଙ୍କୁ କହିଥିଲେ।ପ୍ରତ୍ୟେକ ପଞ୍ଚାୟତରେ କୋଠଘର ନିର୍ମାଣ ,ଭତ୍ତା ଏବଂ ରାସନ କାର୍ଡ ସମ୍ପର୍କିତ ଅଭିଯୋଗ ମନ୍ତ୍ରୀଙ୍କୁ ଗ୍ରାମବାସୀ ଦୃଷ୍ଟି ଆକର୍ଷଣ କରିଥିଲେ ।

ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୁପ୍ରସାଦ ସାହୁ ,ବ୍ଲକ ବିଜେଡି ସଭାପତି ସୂର୍ଯ୍ୟନାରାୟଣ ଚୌଧୁରୀ ,ପୂର୍ବତନ ସରପଞ୍ଚ ନିତ୍ୟାନନ୍ଦ ପ୍ରଧାନ ,ଯୁବ ସଂଗଠକ ବିଜନ ପାଇକରାୟ ,ସହକାରୀ ଯନ୍ତ୍ରୀ ଶରତ ମଲ୍ଲିକ ,କନିଷ୍ଠ ଯନ୍ତ୍ରୀ ସନ୍ତୋଷ ମଲ୍ଲିକ ,ବ୍ଲକ କୃଷି ଅଧିକାରୀ ପ୍ରମୁଖ ମନ୍ତ୍ରୀଙ୍କ ପଞ୍ଚାୟତ ସମୀକ୍ଷାରେ ଅଂଶଗ୍ରହଣ କରି ପ୍ରତ୍ୟକ୍ଷଭାବେ ଗ୍ରାମବାସୀଙ୍କ ଅଭିଯୋଗ ଶୁଣି ଖୁବ ଶ୍ରୀଘ୍ର ତାର ପ୍ରତିକାର ପାଇଁ ପ୍ରତିଶ୍ରୁତି ଦେଇଥିଲେ।(ରିପୋର୍ଟ /ଅଶ୍ୱିନୀ କୁମାର ସାହୁ)

No Result
View All Result