No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଶୁକ୍ରବାର ) ବରଗଡ଼ :- ଭଟଲି ଠାରେ ପବିତ୍ର ଶ୍ରୀ ଗଣେଷ ଚତୁର୍ଥୀ ତିଥିରେ ବରଗଡ଼ ବିଜୁ ମହିଳା ଜନତା ଦଳ ପକ୍ଷରୁ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ସହାୟତା ରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିର କୁ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଏଥିରେ ବିଜୁ ମହିଳା ଶାଖା ର ସଭ୍ୟା ମାନେ ରକ୍ତଦାନ କରିଥିଲେ। ଶିବିରକୁ ଓଡ଼ିଶା ମୋ ପରିବାର ର ସଂଯୋଜକ ଗୈାର ମିଶ୍ର,ବିଜୁ ମହିଳା ଜନତା ଦଳ ର ଜିଲ୍ଲା ସଭାନେତ୍ରୀ ନୀଳ କୁମାରୀ ନାଏକ, ଭଟଲି ବ୍ଲକ ଅଧ୍ୟକ୍ଷା ପ୍ରେମାବତୀ ସା, ଭଟଲି ବ୍ଲକ ସଭାନେତ୍ରୀ ଅନୁପମା ଭୁଏ ପ୍ରମୁଖଙ୍କ ତତ୍ବାବଧାନରେ ପରିଚାଳନା କରିଥିଲେ। ଏଥିରେ ୩୩ ଜଣ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ।(ସତ୍ୟ ନାରାୟଣ ପ୍ରଧାନ)
No Result
View All Result