ନକଲି ମଦ କାରଖାନା ଠାବ ବହୁ ପରିମାଣ ର ନକଲି ମଦ ସହିତ ସ୍ପିରିଟ ଜବତ

ଓଡ଼ିଶା ତାଜା ନ୍ୟୁଜ୍ (୮ ସେପଟେମ୍ୱର ବୁଧବାର ବସ୍ତା :- ଅବକାରୀ ଡେପୁଟି କମିଶନର ଅଶୋକ କୁମାର ଶତପଥୀ ଙ୍କ ନିର୍ଦ୍ଦେଶ କ୍ରମେ ଡେପୁଟି ସୁପରିଟେଣ୍ଡ ସୁମନ୍ତ ପାଢୀଙ୍କ ତ୍ୱତାବଧାନ ରେ ଭ୍ରାମ୍ୟମାଣ ଆଇ ଆଇ ସି ଗାଲୁରାମ୍ ସୋରେନ ,ସଦର ଆଇ ଆଇ ସି ସବିତା ପ୍ରଧାନ,ବସ୍ତା ଓ ଆଇ ସି କୁଳମଣି ମହାରଣା ଙ୍କ ନେତୃତ୍ୱରେ ଏକ ଟିମ୍ଗଠନ ହୋଇଥିଲା। ଏହି ଟିମ୍ ବିଳମ୍ବିତ ରାତିରେ ସିଂଲା ଠାରେ ତାରା ଶଙ୍କର ଜେନା ଙ୍କ ଘରେ ଚଢ଼ାଉ କରିଥିଲା ।

ପୂର୍ବରୁ ତରା ଶଙ୍କର ଏହି ନକଲି ମଦ ତିଆରି କରି ଧରାପଡ଼ିଥିବା ବେଳେ ତାଙ୍କ ନାମରେ ୨୨/୨୧ ରେ ମାମଲା ରୁଜୁହୋଇଥିଲା । ପୁଣି ବେଲ ରେ ଆସି ସେ ଏହି ନକଲି ମଦ କାରଖାନା ଚଳାଇଥିବା ବେଳେ ତାଙ୍କ ନିକଟରୁ ୨୦.୩୫୫ ଲିଟର ନକଲି ବିଦେଶୀମଦ,୩୫ ଲିଟର ସ୍ପିରିଟ ଓ ୯ ଗୋଟି ବିଅର,୫୦୩ ଗୋଟି ନକଲି ଠିପି ,ବୋତଲ ସହିତ ଲେବୁଲ ଅବକାରୀ ପୋଲିସ ଜବତ କରିଛି। ଅବକାରୀ ପୋଲିସ କେସ ନ ୩୭/୨୧ ରୁଜୁ କରି ଘଟଣାର ତଦନ୍ତ ଚଳାଇବାସହିତ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି ।(ଦୀପ୍ତିମାନ ପତି,ବାଲେଶ୍ଵର )