No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୭ ସେପ୍ଟେମ୍ବର ମଙ୍ଗଳବାର ) ବରଗଡ଼ :- ବରଗଡରେ ପିସିଆର୍ ପେଟ୍ରୋଲି° ବାଇକର ପୁଣି ଶୁଭାରମ୍ଭ ହୋଇଯାଇଛି । ଆଜି ଟାଉନ ଥାନା ପରିସରରୁ ବରଗଡ଼ ଏସପି ରାହୁଲ ଜୈନଙ୍କ ଦ୍ୱାରା ୪ ଟି ପିସିଆର୍ ବାଇକର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ପିସିଆର୍ ବାଇକକୁ ସୂଚନା ଦେବାପାଇଁ ଏକ ଟୋଲ୍ ଫ୍ରି ନମ୍ବର ମଧ୍ୟ ଜାରି କରାଯିବ ବୋଲି ଏସପି ସୂଚିତ କରିଥିଲେ ।
ସହରରରେ ଦିନକୁ ଦିନ ଚୋରି, ଡକାୟତ, ନିଶା କାରବାର ବଢ଼ୁଥିବା ବେଳେ ଏସବୁକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି ବୋଲି ବରଗଡ଼ ଏସ୍ପି ରାହୁଲ ଜୈନ ସୂଚନା ଦେଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଗତ ଦିନରେ ଉକ୍ତ ପିସିଆର୍ ବାଇକ ସହରରେ ପେଟ୍ରଲି° କାର୍ଯ୍ୟ ରେ ନିୟୋଜିତ ଥିବା ବେଳେ କୈାଣସି କାରଣ ବସତ ବନ୍ଦ୍ ହୋଇଥିଲା ତାହା ଏବେ ପୁନର୍ବାର ଆରମ୍ଭ ହୋଇଛି ।
No Result
View All Result