• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ର ପତ୍ତନ ବୃଦ୍ଧି ପାଇବ

Proprietor Abhimanyu Maharana by Proprietor Abhimanyu Maharana
September 6, 2021
in ଓଡ଼ିଶା, କେନ୍ଦ୍ରାପଡା, ହୋମ୍
0
ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ର ପତ୍ତନ ବୃଦ୍ଧି ପାଇବ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୬ ସେପ୍ଟେମ୍ବର ସୋମବାର) କେନ୍ଦ୍ରାପଡା/ରାଜନଗର :- ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ର ପତ୍ତନ ବୃଦ୍ଧି ପାଇବ । ସାରା ଉପକୂଳ ଅଂଚଳରେ ସମୁଦ୍ରସ୍ତର ବୃଦ୍ଧି ପାଇବା ସହ ପାରାଦୀପ ୩ ଫୁଟ ପର୍ଯ୍ୟନ୍ତ ପାଣିରେ ବୁଡ଼ିଯିବ ବୋଲି ଜାତିସଂଘର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଅନ୍ତଃସରକାରୀ କମିଟିର ରିପୋର୍ଟକୁ ଆଧାର କରି ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ସତର୍କବାଣୀ ଶୁଣାଇଛି । ଜଳବାୟୁ ପରିବର୍ତ୍ତନକୁ ରୋକାଯିବା ପାଇଁ ପଦକ୍ଷେପ ନେବାକୁ ନାସା ଆହ୍ବାନ ଦେଇଛି । ମାତ୍ର ବାତ୍ୟା, ବନ୍ୟା, ସୁନାମୀ ପ୍ରାଦ୍ରୁର୍ଭାବରୁ ଉପକୂଳକୁ ସୁରକ୍ଷା ଯୋଗାଉଥିବା ହେନ୍ତାଳବଣ ବା ଲୁଣାଜଙ୍ଗଲ ବିପଦରେ ରହିଛି । ଓଡ଼ିଶାର ୮୬ ପ୍ରତିଶତ ଲୁଣା ଜଙ୍ଗଲ ଥିବା ଭିତରକନିକାର ହେନ୍ତାଳବଣ ପ୍ରତି ବିପଦ ସୃଷ୍ଟି ହୋଇଛି । ଜଙ୍ଗଲ ମଧ୍ୟକୁ ମଧୁରଜଳ ପରିମାଣ ହ୍ରାସ ପାଇବା ଯୋଗୁଁ ଏପରି ସ୍ଥିତି ସୃଷ୍ଟି ହୋଇଛି । ଭିତରକନିକା ଜାତୀୟ ଉଦ୍ୟାନ ଅଂଚଳରେ ଜଳ ଭୂବୈଜ୍ଞାନିକ (ଜଳ ପରିସଂସ୍ଥାନୀୟ) ସର୍ଭେ କରାଯାଇ ପଦକ୍ଷେପ ନିଆ ନ ଗଲେ ହେନ୍ତାଳବଣ ପ୍ରତି ବିପଦ ଘନେଇ ଆସିବ ବୋଲି ପରିବେଶବିତ୍‌ମାନେ ଚିନ୍ତାବ୍ୟକ୍ତ କରିଛନ୍ତି  ।

ଭାରତ ସରକାରଙ୍କ ବନ ସର୍ବେକ୍ଷଣ ସଂସ୍ଥା-୨୦୧୩ର ରିପୋର୍ଟ ଅନୁସାରେ ଦେଶରେ ୪୬୨୮ ବର୍ଗକିମି ଲୁଣା ଜଙ୍ଗଲ ରହିଛି। ଓଡ଼ିଶାରେ ମାତ୍ର ୨୧୩ ବର୍ଗ କିମି ଲୁଣା ଜଙ୍ଗଲ ରହିଛି। ସେଥିମଧ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଅର୍ଥାତ ଭିତରକନକାରେ ୧୮୩ ବର୍ଗ କିମି ଲୁଣା ଜଙ୍ଗଲ ରହିଛି। ରାଜ୍ୟର ପ୍ରାୟ ୮୬ ପ୍ରତିଶତ ଲୁଣା ଜଙ୍ଗଲ କେନ୍ଦ୍ରାପଡ଼ାରେ ରହିଛି। ଭିତରକନିକା ଜାତୀୟ ଉଦ୍ୟାନର ମାନ୍ୟତା ପାଇବାପରେ ଲୁଣାଜଙ୍ଗଲ ସୁରକ୍ଷିତ ହୋଇପାରିଛି। ମାତ୍ର ମଧୁରଜଳ ସ୍ରୋତ ଭିତରକନିକାକୁ ନିୟମିତ ଭାବେ ହ୍ରାସ ପାଉଥିବାରୁ ଲୁଣା ଜଙ୍ଗଲ ପ୍ରତି ବିପଦ ସୃଷ୍ଟି ହୋଇଛି। ହେନ୍ତାଳବଣ ବା ଲୁଣାଜଙ୍ଗଲ ସୃଷ୍ଟି ପାଇଁ ଏକ ନିର୍ଦ୍ଦିଷ୍ଟ ପରିମାଣର ମଧୁର ଓ ଲୁଣି ଜଳ ଆବଶ୍ୟକ। ନଦୀମାନଙ୍କରେ ପ୍ରବାହିତ ମିଠା ପାଣି ଓ ସମୁଦ୍ରରୁ ପ୍ରତିଦିନ ଜୁଆରରେ ଆସୁଥିବା ଲୁଣି ପାଣିର ମିଶ୍ରଣ ଯୋଗୁଁ ଲୁଣାଜଙ୍ଗଲ ବଂଚି ରହିଥାଏ। ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତା ନଦୀର ମିଠାଜଳ ଭିତରକନିକାରେ ପ୍ରବାହିତ ହୋଇଥାଏ। ଏହି ୩ଟି ନଦୀର ମଧୁରଜଳ ସ୍ରୋତ କମିବାରେ ଲାଗିଛି।

ଗତ ୧୬ ଅକ୍ଟୋବର ୨୦୨୦ରେ ରାଜନଗର ବନବିଭାଗ, ଚିଲିକା ଉନ୍ନୟନ କର୍ତୃପକ୍ଷ ଓ ଦିଲ୍ଲୀସ୍ଥିତ ଜିଇଜେଡ୍‌ ସଂସ୍ଥାର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ କର୍ମଶାଳାର ତଥ୍ୟ ଅନୁଯାୟୀ, ଭିତରକନିକା ଜାତୀୟ ଉଦ୍ୟାନକୁ ୭୦ ପ୍ରତିଶତ ମଧୁରଜଳ ପ୍ରବାହିତ ହେଉଥିଲା। ତାହା ଏବେ ବର୍ଷା ଦିନେ ୪୦ ପ୍ରତିଶତକୁ ଖସି ଆସିଥିବା ବେଳେ ଖରାଦିନେ ଏହା ୧୫ ପ୍ରତିଶତ ମଧ୍ୟରେ ରହୁଛି। ଯାହା କି ଲୁଣା ଜଙ୍ଗଲ ପାଇଁ ଭୟଙ୍କର ବିପଦକୁ ଡାକିଆଣୁଛି। ମନ୍ଥର ପଦ୍ଧତି ପ୍ରକ୍ରିୟାରେ ଲୁଣାଜଙ୍ଗଲର ଗଛଗୁଡ଼ିକ ପ୍ରଭାବିତ ହୋଇଥାଏ। ଯଦି ଏବେଠୁ ଏ ନେଇ ପଦକ୍ଷେପ ନିଆ ନ ଯିବ, ଆଉ କିଛିଦିନ ପରେ ଭିତରକନିକାର କିଛି ପ୍ରଜାତିର ଲୁଣା ଗଛ ଲୋପ ପାଇଯିବ ବା ସଂଖ୍ୟା ହ୍ରାସ ପାଇବ ବୋଲି ଆଶଙ୍କା ପ୍ରକାଶ କରାଯାଇଥିଲା। ଭିତରକନିକାର ଲୁଣାଜଙ୍ଗଲକୁ ବଂଚାଇ ରଖିବା ପାଇଁ ଜଳ ଭୂବୈଜ୍ଞାନିକ ସର୍ଭେ କରାଯିବା ନିହାତି ଜରୁରୀ।

ଚିଲିକାରେ ଏହି ସର୍ଭେ କରାଯାଇ ପଦକ୍ଷେପ ନିଆଯାଇଛି। ଓଡ଼ିଶାର ପ୍ରାୟ ୮୬ ପ୍ରତିଶତ ଲୁଣାଜଙ୍ଗଲ ଭିତରକନିକାରେ ଥିବା ବେଳେ ଆଜିଯାଏ ଭିତରକନିକାରେ ଏହି ସର୍ଭେ କରା ଯାଇନାହିଁ। ହେନ୍ତାଳବଣ ଲୁଣାଢେଉ ଓ ପ୍ରାକୃତିକ ଦୁର୍ବିପାକରୁ ଅଂଚଳର ଧନଜୀବନକୁ ରକ୍ଷା କରିବାରେ ସୁରକ୍ଷା ବଳୟ ସୃଷ୍ଟି କରିଥାଏ। ‘ୟାସ୍‌’ ବାତ୍ୟା ତାହାର ସଦ୍ୟତମ ଉଦାହରଣ। ଜୈବ ବିବିଧତାର ସଂରକ୍ଷଣ ଓ ଲୁଣା ଜଙ୍ଗଲର ସୁରକ୍ଷା ପାଇଁ ଭିତରକନିକାରେ ଜଳ ଭୂବୈଜ୍ଞାନିକ ସର୍ଭେ କରାଯାଇ ଭିତରକନିକାକୁ ମଧୁରଜଳ ସ୍ରୋତ ବଢାଇବା ପାଇଁ ପଦକ୍ଷେପ ନେବା ନିହାତି ଜରୁରୀ ବୋଲି ପରିବେଶବିତ୍‌ମାନେ ମତ ପ୍ରକାଶ କରିଛନ୍ତି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026
ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

March 8, 2026
କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ

କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ

March 8, 2026
ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

March 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026
ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version