୧୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବୋଲଗଡ :- ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶାକ୍ତିକରଣ ବିଭାଗ ନିର୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଧବାର ଭୀମଭୋଇ ସାମର୍ଥ୍ୟ ଶିବିର ଅଭିଯାନ ଓ ବୟୋଶ୍ରୀମେଳା-୨୫ ବୋଲଗଡ଼ ପଂଚାୟତ ସମିତି ଆନୁକୂଲ୍ୟରେ ସମିତି ପରିସରରେ ଆୟୋଜିତ ହୋଇଥିଲା । ଏଥିରେ ଶାରୀରିକ ଭିନ୍ନକ୍ଷମ ୨୧୦ ଜଣ,ଶ୍ରବଣ ବଧିର ୯୭,ଦୃଷ୍ଟି ବାଧିତ ୪୮ଜଣ ଓ ମାନସିକ ଅନଗ୍ରସର ୧୧୪ଜଣ,ଏହିପରି ମୋଟ ୪୬୯ ଜଣ ହିତାଧିକାରୀ ପଞିକୃତ ହୋଇଥିଲେ ।

ଖୋର୍ଦ୍ଧାସ୍ଥିତ ମୁଖ୍ୟଚିକିତ୍ସାଳୟର ସମସ୍ତ ବର୍ଗର ବିଶେଷଜ୍ଞମାନେ ସମସ୍ତ ପଞ୍ଜିକୃତ ରୋଗୀ ମାନଙ୍କୁ ଚିକିତ୍ସା ସହ ପରୀକ୍ଷା ନିରୀକ୍ଷା କରି ରିପୋର୍ଟ ପ୍ରସ୍ତୁତ କରିଥିଲେ ଓ ସୁପରାମର୍ଶ ଦେଇଥିଲେ।ସେହିପରି ବସରେ ଯାତାୟତ ନିମନ୍ତେ ୨୬ଜଣ,ଡ଼ିଆରଆଇ ଋଣ ପାଇଁ ୧୦ଜଣ ଓ ଭିନ୍ନକ୍ଷମ ଆସେସମେଣ୍ଟ ବ୍ୟବହାର ପାଇଁ ୬ ଜଣ ଏହିପରି ମୋଟ ୪୨ଜଣ ଭିନ୍ନକ୍ଷମ ହିତାଧିକାରୀ ସୁବିଧା ସୁଯୋଗ ପାଇଁ ଆବେଦନ କରିଛନ୍ତି ।















