No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୫ ସେପ୍ଟେମ୍ବର ରବିବାର) ବାଙ୍କୀ :- ବାଙ୍କୀ ନର୍ବାଚନ ମଣ୍ଡଳ ଅନ୍ତର୍ଗତ ସରଣ୍ଡା ୩୬ନମ୍ବର ଜୋନର ରତାଗଡ଼ ପଞ୍ଚାୟତ ସ୍ୱପ୍ନଶ୍ୱେର ମନ୍ଦିର ପ୍ରାଙ୍ଗଣରେ ବିଜେପି ଦଳର ସାଂଗଠନିକ ବୈଠକ ଓ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜୋନ ସଭାପତି ପ୍ରସନ୍ନ କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । ବାଙ୍କୀର ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚର କାର୍ଯ୍ୟକାରୀ କମିଟି ସଦସ୍ୟ ଶୁଭ୍ରାଂଶୁ ମୋହନ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗେ ଦେଇ ବୁଥ୍ ସ୍ତରରେ ସଂଗଠନକୁ ମଜବୁତ କରିବା ପାଇଁ ଉପସ୍ଥିତ କର୍ମକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଥିଲେ ।
ଜିଲ୍ଲା କୃଷକମୋର୍ଚ୍ଚା ଉପସଭାପତି ଜୟନ୍ତ କୁମାର ବେଉରା, ମଣ୍ଡଳ ସଂପାଦକ ବାବୁନି ଜେନା, ଅଶୋକ ରାଉତ, ଉପସଭାପତି ଅଜୟ ରାଉତ, ଯବୁ ସଭାପତି ବିବେକାନନ୍ଦ ରାଉତ, ମଣ୍ଡଳ ହରିଜନ ମୋର୍ଚ୍ଚା ସଭାପତି ଲମ୍ବଧର ରାଉତ, ପଞ୍ଚାୟତ ଯୁବମୋର୍ଚ୍ଚା ସଭାପତି ଅମରେନ୍ଦ୍ର କୁହାଣଙ୍କ ସମେତ ବହୁ କର୍ମକର୍ତ୍ତା ଏଥିରେ ଯୋଗଦେଇ ସଂଗଠନକୁ ସୁଦୃଢ଼ କରିବା ପାଇଁ ଆଲୋଚନା କରିଥିଲେ । କଂଗ୍ରେସ ଓ ବିଜେଡିର ୫୫ଜଣ ସଦସ୍ୟ ବିଜେପି ଦଳରେ ଆଜିର ବୈଠକରେ ଯୋଗଦାନ କରିଥିଲେ । ସମସ୍ତଙ୍କୁ ଶ୍ରୀ ପାଢ଼ୀ ଦଳରେ ଗ୍ରହଣ କରି ଅଭିନନ୍ଦନ ଜଣାଇଥିଲେ ।
No Result
View All Result