No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୫ ସେପ୍ଟେମ୍ବର ରବିବାର) ରଣପୁର :-
ଗୁରୁ ଦିବସର ଦିଵ୍ୟ ଚିନ୍ତା ନେଇ
ଚିନ୍ତୁ ଗୁରୁଙ୍କର ଶିକ୍ଷା
କୈଶୋର ବୟସୁ ଯୌବନ ପର୍ଯ୍ୟନ୍ତ
ଦେଇଛନ୍ତି ମହାଦୀକ୍ଷା।
ସେ ଶିକ୍ଷା ବଳରେ ପରିଚୟ ଖୋଜି
ସମାଜରେ ଅଛୁ ଯଥା
ଆପେ ଆପେ ତାଙ୍କ ପାଦ ଯୁଗଳରେ
ନଇଁ ଯାଏ ଆମ ମଥା।
ଗୁରୁ ନୁହନ୍ତିତ ମନୁଷ୍ୟ ମାତର
ବ୍ରହ୍ମା ବିଷ୍ଣୁମହେଶ୍ୱର
ଏଇ ଜ୍ଞାନେ ଶିଷ୍ୟ ତାହାଙ୍କୁ ଚିନ୍ତଇ
ପବିତ୍ର ଭାବନା ତାର।
ସେହି ଗୁରୁ ଦିନେ କହି ଥିଲେ ପରା
ସମୟ ଯେ ଗୁରୁ ଶ୍ରେଷ୍ଠ।
କିଏ କହି ଥାଏ କାଳ ମହାକାଳ
ଶୁଚିବନ୍ତ ସତ୍ୟ ନିଷ୍ଠ।
ସମୟକୁ ଜଗି କର୍ମ କରୁଥିଲେ
ଜୀଵନ ହୁଏ ସଫଳ
କର୍ମ ଅନୁଯାୟୀ ବିହି ଦେଇଥାନ୍ତି
ଭଲ ମନ୍ଦ ମିଶା ଫଳ।
ଯେଉଁ ଗୁରୁ ଦିନେ ସମୟକୁ ଧ୍ୟାୟୀ
କେତେ ଶିଷ୍ୟ ଗଢିଛନ୍ତି
ସେଇ ଦୀକ୍ଷା ନେଇ ଚଳିବା ସମାଜେ
ଏଇ ବାର୍ତ୍ତା ପରଶନ୍ତି।
ଗୁରୁ ଶିଷ୍ୟ ନେଇ ଯେଉଁ ପରମ୍ପରା
ରହୁତା ଅକ୍ଷୁର୍ଣ ସଦା
ସତ୍ୟ ଅହିଂସାର ଶାନ୍ତ ଓ ମୈତ୍ରୀର
ନ ହୋଇବ ଅସୁବିଧା।
——————————————————
ଅବସର ପ୍ରାପ୍ତ ପ୍ରାଧ୍ୟାପକ, ଶାମୁକା ସାହି, ବିଜୟ କୁମାର ଜେନା :- ରଣପୁର, ନୟାଗଡ
No Result
View All Result