No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅଗଷ୍ଟ ମଙ୍ଗଳବାର )ବରଗଡ଼ :- ଆତ୍ମ ବିଶ୍ବାସ , ଆତ୍ମ ନିର୍ଭରତା , ଆତ୍ମ ବଳ ଦ୍ଵାରା ସବୁ ସମ୍ଭବ ଅଟେ ବୋଲି ବରଗଡ଼ ସାଂସଦ ସୁରେଶ ପୂଜାରୀ ଇଣ୍ଡିଆନ୍ ବିୟୁଟି ଏସୋସିଏସନ ଦ୍ଵାରା ଆୟୋଜିତ ଏକ ପ୍ରଶିକ୍ଷଣ ଶିବିର କୁ ଉଦଘାଟନ କରିଥିଲେ । ବରଗଡ଼ ମିଳନ ମଣ୍ଡପ ଠାରେ ଆୟୋଜିତ ଶିବିରରେ ସାଂସଦ କରିଥିଲେ ଯେ ଆତ୍ମ ନିର୍ଭର ଭାରତ ଗଢ଼ିବା ପାଇଁ ଆମକୁ ଲୋକାଲ ଲୋକାଲ ହେବା ଆବଶ୍ୟକ ।

ଭାରତକୁ ଏକ ଆତ୍ମ ନିର୍ଭରଶୀଳ ଅର୍ଥନୀତି ଗଠନ କରିବାରେ ଆମ ଯୁବ ଏବଂ ମହିଳା ଉଦ୍ୟୋଗୀ ଙ୍କୁ ସଶକ୍ତିକରଣ କରିବାକୁ ଅତ୍ୟାଧୁନିକ ପ୍ରଶିକ୍ଷଣ ର ଆବଶ୍ୟକତା ରହିଛି ବୋଲି ସାଂସଦ ସୁରେଶ ପୂଜାରୀ କହିଥିଲେ । ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବରଗଡ଼ ଜିଲ୍ଲା ଭାଜପା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ, ସୁରେଶ୍ଵର ଶତପଥୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏସୋସିଏସନ ସଭାନେତ୍ରୀ ମିନତି ସାହୁ ସଭାକୁ ପରିଚାଳନା କରିଥିଲେ । (ରିପୋର୍ଟ -ସତ୍ୟ ନାରାୟଣ ପ୍ରଧାନ )
No Result
View All Result