No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅଗଷ୍ଟ ମଙ୍ଗଳବାର )ବରଗଡ଼ :- ବରଗଡ଼ ସିମେଣ୍ଟ ନଗର ସ୍ଥିତ ଦୁର୍ଗା ପୂଜା କମିଟି ପକ୍ଷରୁ ଆଗାମୀ ଶାରଦୀୟ ପୂଜା ଉପଲକ୍ଷେ ମାଁ ଙ୍କ ମୃଣ୍ମୟ ମୂର୍ତ୍ତି ପାଇଁ ମାଟି ପୂଜନୋତ୍ସବ ଆଜି ଶ୍ରୀ ଶ୍ରୀ ସିଦ୍ଧେଶ୍ବରୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ପୂଜକ କୁଳମଣି ମହାପାତ୍ରଙ୍କ ଦ୍ଵାରା ପୂଜା କାର୍ଯ୍ୟ ସମ୍ପାଦନା କରାଯାଇଥିଲା।

ଏଥିରେ ସିମେଣ୍ଟ କାରଖାନା ର ପ୍ଲାଣ୍ଟ ହେଡ ଅଙ୍କୁର ଅଗ୍ରୱାଲ ବରଗଡ଼ ସିମେଣ୍ଟ କର୍ମଚାରୀ ସଂଘ ର ଉପଦେଷ୍ଟା ସମ୍ବିତ ଆଚାର୍ଯ୍ୟ, ଦୁର୍ଗା ପୂଜା କମିଟି ର ଉପ ସଭାପତି ଦୀନେଶ ପାଠକ, ନରେନ୍ଦ୍ର ଭରଦ୍ୱାଜ, ସମ୍ପାଦକ ପ୍ରତୀତ ରଏ, କର୍ମଚାରୀ ସଂଘ ର ସଭାପତି ମହେନ୍ଦ୍ର କୁମାର ଦାଶ,କର୍ତ୍ତା ମହେଶ ତ୍ରିପାଠୀ, ଲୋକନାଥ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। (ରିପୋର୍ଟ-ସତ୍ୟ ନାରାୟଣ ପ୍ରଧାନ)
No Result
View All Result