No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅଗଷ୍ଟ ରବିବାର ) ବରଗଡ଼ :- ଓଡ଼ିଶା ଡ୍ରାଇଭର ମହାସଂଘ ଓ ନିଷ୍ଠା ପରିବାର ର ମିଳିତ ଉଦ୍ୟମ ରେ ଆଜି ଜାତୀୟ କ୍ରୀଡା ଦିବସ ଅବସରରେ ବରଗଡ଼ ଗୁଡେଶିରା ସ୍ଥିତ ମାର୍କେଟ ୟାର୍ଡ ରେ ଏକ ରକ୍ତ ଦାନ ଶିବିର ର ଆୟୋଜନ କରିବା ସହ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିର କୁ ବରଗଡ଼ ସଦର ଥାନା ଅଧିକାରୀ ବିରଳ ଚନ୍ଦ୍ର ସହିଶ ଫିତା କାଟି ଉଦ୍ଘାଟନ କରିଥିଲେ । ସମସ୍ତ ଜିଲ୍ଲା ରୁ ଆସିଥିବା ଡ଼୍ରାଇଭର ଭାଇ ମାନେ ସ୍ୱଇଛା ରେ ରକ୍ତ ଦାନ ଭଳି ଶ୍ରେଷ୍ଠ ଦାନ କରିଥିଲେ । ଡ଼୍ରାଇଭର ମାନେ ଯେ କେବଳ ଗାଡି ଚଲାନ୍ତି ତାହା ନୁହେଁ ତାଙ୍କର ମଧ୍ୟ ସାମାଜିକ ଦାୟିତ୍ବ ବୋଧ ଅଛି ଏଥିରୁ ସେମାନେ ପ୍ରମାଣିତ କରିଛନ୍ତି ।

ଏହି ଶିବିର ରେ ସର୍ବମୋଟ ୧୦୧ୟୁନିଟ୍ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା । ଏହି ମହତ କାର୍ଯ୍ୟକ୍ରମ ରେ ଓଡ଼ିଶା ଡ୍ରାଇଭର ମହାସଂଘ ର ସଭାପତି ନୀଳାମ୍ବର ସା,ସମ୍ପାଦକ ସୁଧୀର ଦାସ,କୋଷାଧ୍ୟକ୍ଷ ସୁମନ୍ତ ମେଣ୍ଡୁଲି, ସେବରାମ ସାହୁ ଙ୍କ ସହ ଅନ୍ୟ ଡ୍ରାଇଭର ଭାଇ ଓ ନିଷ୍ଠା ପରିବାର ର ଉପଦେଷ୍ଟା ଉତ୍ତମ ଦାସ, ବିଦ୍ୟାଧର ଭୋଇ, ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ସହ ସମ୍ପାଦକ ମଦନ ମୋହନ ଦାସ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ । ଶେଷ ରେ ନିଷ୍ଠା ପରିବାର ତରଫ ରୁ ଓଡ଼ିଶା ଡ଼୍ରାଇଭର ମହାସଂଘ କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
No Result
View All Result