No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୮ ଅଗଷ୍ଟ ଶନିବାର ) ବରଗଡ଼ :- ପୌର ଓ ପଂଚାୟତ ନିର୍ବାଚନ ପାଇଁ ରାଜନୀତିକ ଉଷ୍ମତା ଦେଖା ଦେଇଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ଏଥିରେ ଆମ୍ ଆଦମୀ ପାର୍ଟି ମଧ୍ୟ ସକ୍ରିୟ ରହିଛି । ଶନିବାର ଆପ୍ ନିଜର ପାର୍ଟି କାର୍ଯ୍ୟାଳୟ ଉଦଘାଟନ କରିବା ସହ ବରଗଡ଼ ର ଜନ ସାଧାରଣଙ୍କ ସୁଖ ଦୁଃଖ ର ସାଥି ଭାବେ ଆପ୍ କାର୍ଯ୍ୟ କରିବ ବୋଲି କହିଛି । ସ୍ଥାନୀୟ କଲେଜ ରୋଡ଼ ଆରସିଏମଏସ ପାଖରେ ଏହି ଅଫିସ ରହିଛି । ଦିଲ୍ଲୀରେ ଯେପରି ସମସ୍ତଙ୍କୁ ଚବିଶ ଘଣ୍ଟା ବିଜୁଳି ଓ ୨୦୦ ୟୁନିଟ ଫ୍ରି ମିଳୁଛି , ବାର୍ଦ୍ଧକ୍ୟ ଭତ୍ତା ୨୫୦୦ ଟଙ୍କା ମିଳୁଛି ସେହିପରି ଓଡିଶା ରେ ବି ମିଳିପାରିବ ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି ।କେବଳ ରାଜନୀତି କୁ ପରିବର୍ତ୍ତନ କରି ଆମ୍ ଆଦମୀ ପାର୍ଟି ର ଭ୍ରଷ୍ଟାଚାର ମୁକ୍ତ ଶାସନ କୁ ସମର୍ଥନ କଲେ ତାହା ସମ୍ଭବ ବୋଲି ଶ୍ରୀ ସାହୁ କହିଛନ୍ତି ।
ବରଗଡ଼ ପୌର ପରିଷଦ ରେ ରହିଥିବା ଅବ୍ୟବସ୍ଥା ଯଥା ଡ୍ରେନେଜ , ରାସ୍ତା, ପରିମଳ, ଦୁର୍ନୀତି , ଅତ୍ୟଧିକ ଟ୍ୟାକ୍ସ ଭଳି ପ୍ରସଙ୍ଗ କୁ ଆପ୍ ସାମ୍ନାକୁ ଆଣିବ ଓ ଦିଲ୍ଲୀ ମଡେଲ ରେ ଯେପରି ଶିକ୍ଷା, ସ୍ୱାସ୍ଥ୍ୟ, ପାଣି, ବସ ସେବା ଭଲି କାର୍ଯ୍ୟ କରି ଅରବିନ୍ଦ କେଜରିୱାଲ ଦିଲ୍ଲୀରେ ତିନି ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆଗାମୀ ଦିନରେ ଏହାର ପ୍ରଭାବ ବରଗଡ଼ରେ ଦେଖିବାକୁ ମିଳିବ ବୋଲି ଶ୍ରୀ ସାହୁ କହିଛନ୍ତି। କାର୍ଯ୍ୟାଳୟ ଉଦଘାଟନ ରେ ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ଯୁବ ନେତା ପୋଲୁସ୍ଥ୍ୟ ସାହା, ଆଦିବାସୀ ପ୍ରକୋଷ୍ଠ ର ମରିୟମ ବାର୍ଳା, ମହିଳା ସଂଗଠନ ର ଖୁସନୁମା ଵେଗମ, ଗୌରୀ ଶଙ୍କର ଆଚାର୍ଯ୍ୟ, ଅସିତ ସାହୁ, ସତ୍ୟବ୍ରତ ସାହୁ, ଆଡ଼ଭୋକେଟ ରମେଶ ପତି, ସାହାରୁଖ ଲୋଧିଆ, ଲଖନ ଚୌଧୁରୀ,ଧର୍ମେନ୍ଦ୍ର ନାୟକ, ସୁଦାମ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ( ରିପୋର୍ଟ -ସତ୍ୟ ନାରାୟଣ ପ୍ରଧାନ )
No Result
View All Result