No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୮ ଅଗଷ୍ଟ ଶନିବାର ) ଖୋର୍ଦ୍ଧାଜିଲ୍ଲା :- ଖୋର୍ଦ୍ଧାଜିଲ୍ଲା ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଏକ ଜରୁରୀ ବୈଠକ ଖୋର୍ଦ୍ଧା ବାଟମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି। ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ପିଅନ, ଝାଡୁଦାର ଓ ରାତ୍ରି ଜଗୁଆଳି ମାନଙ୍କ ବିଭିନ୍ନ ଦାବୀକୁ ନେଇ ଜିଲ୍ଲା ସଭାପତି ରାକେଶ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ସେନାପତି ମୁଖ୍ୟ ଅତିଥି,ରାଜ୍ୟ ସାଧାରଣ ସମ୍ପାଦକ ସୁବ୍ରତ ରାଉଳ, ଜିଲ୍ଲା ସହ ସମ୍ପାଦକ, କୋଷାଧ୍ୟକ୍ଷ ଓ ବିଭିନ୍ନ ବ୍ଲକ ସଙ୍ଘର ସଭାପତି, ସମ୍ପାଦକ ଓ ସଭ୍ୟ,ସଭ୍ୟା ଯୋଗ ଦେଇଥିଲେ ।
ଜିଲ୍ଲାର ୧୦ଟି ବ୍ଳକରେ ଥିବା ୧୯୦ ଗ୍ରାମ ପଞ୍ଚାୟତରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ପିଅନ ୧୪୯,ରାତ୍ର ଜଗୁଆଳି ଓ ୭ଜଣ ଝାଡୁଦାର କାମ କରୁଛନ୍ତି।ସକାଳ ୫ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୁବ କମ ପାରିଶ୍ରମିକ ନେଇ ବର୍ଷ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି।ସରକାରଙ୍କ ଟାଳ,ଟୁଳ ନୀତି ଯୋଗୁଁ ପଞ୍ଚାୟତ ମାନଙ୍କରେ ରେଭେନିୟୁ ଜେନେରେଟ ସମାନ ହୋଇ ନ’ଥିବାରୁ ପଞ୍ଚାୟତ ମାନଙ୍କରେ କର୍ମଚାରୀଙ୍କୁ ପାରିଶ୍ରମିକ ପ୍ରଦାନରେ ଅସଙ୍ଗତି ରହୁଛି । କେଉଁଠି ମାସକୁ ୧୦୦/୫୦୦ ତ’ ଆଉ କେଉଁଠି ୧୫୦୦ ସହ ଟଙ୍କା ମିଳୁଛି ତା’ବି ଠିକ ସମୟରେ ମିଳେନି । ଏବେ ପଞ୍ଚାୟତରେ କାର୍ଯ୍ୟଭାର ମଧ୍ୟ ବଢ଼ିଯାଇଛି।ଏବଂ ୭୩ତମ ସମ୍ବିଧାନ ସଂଶୋଧନ ନିୟମ ଅନୁସାରେ ସ୍ୱତନ୍ତ୍ର କ୍ଷମତା ମାଧ୍ୟମରେ ଗ୍ରାମ ପଞ୍ଚାୟତକୁ ସ୍ୱାଧୀନ ଭାବରେ କ୍ଷମତା ପ୍ରବଧାନ ରହିଛି।ପଞ୍ଚାୟତ କାର୍ଯ୍ୟାଳୟରେ ସେବା ପ୍ରଦାନ ପାଇଁ ମାନବ ସମ୍ବଳର ଆବଶ୍ୟକତା ରହିଛି ।
ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନିଯୁକ୍ତି ନିହାତି ଆବଶ୍ୟକ । ଜିଲ୍ଲା ସ୍ତରୀୟ ଏହି ବୈଠକରେ ସର୍ବ ସମ୍ମତି କ୍ରମେ ମାନ୍ୟବର ମୁଖ୍ୟମନ୍ତ୍ରୀ,୫ଟି ସଚିବ,ପଞ୍ଚାୟତରାଜ ମନ୍ତ୍ରୀ ବିଭାଗୀୟ ସଚିବ ଓ ମୁଖ୍ୟ ଶାସନ ସଚିବଙ୍କ ଉଦେଶ୍ୟରେ ଏକ ଦାବି ଜଣାଇଥିଲେ ଯେ’ପଞ୍ଚାୟତ ରାଜ ବିଭାଗରେ ପଡ଼ି ରହିଥିବା ଉପରୋକ୍ତ ଦାବୀ ସମ୍ବଳିତ ଫାଇଲକୁ ତୁରନ୍ତ କାର୍ଯ୍ୟକାରୀ କରି ସରକାରି ଅନୁଦାନ ପ୍ରଦାନ କରାଯାଉ।ସରକାର ଯଥା ଶୀଘ୍ର ଉପରୋକ୍ତ ଦାବି ପୂରଣ ନ’କରନ୍ତି ତେବେ ସ’ପରିବାର ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜରାସ୍ତାକୁ ଓଲ୍ହାଇବା ସହିତ ଆତ୍ମାହୁତି ଦେବାକୁ ପଛାଇବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି । (ଖୋର୍ଦ୍ଧାରୁ ଇଫତେଖାର ଅଲ୍ଲୀଙ୍କ ରିପୋର୍ଟ)
No Result
View All Result