• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ୱାର୍ଲï ସ୍କିଲ ସେଣ୍ଟରରେ ଆୟୋଜିତ ହେଲା ଓଡିଶା ସ୍କିଲ୍ସର ଉଦ୍‌ଯାପନୀ ସମାରୋହ ସାଂଘାଇ ୨୦୨୨ ପାଇଁ ମିଶନ ୨-୩-୪

Proprietor Abhimanyu Maharana by Proprietor Abhimanyu Maharana
August 28, 2021
in ଓଡ଼ିଶା, ମହାନଗର, ହୋମ୍
0
ୱାର୍ଲï ସ୍କିଲ ସେଣ୍ଟରରେ ଆୟୋଜିତ ହେଲା ଓଡିଶା ସ୍କିଲ୍ସର ଉଦ୍‌ଯାପନୀ ସମାରୋହ ସାଂଘାଇ ୨୦୨୨ ପାଇଁ ମିଶନ ୨-୩-୪
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୮ ଅଗଷ୍ଟ ଶନିବାର ) ଭୁବନେଶ୍ୱର :- ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଦ୍ୱାରା ମଞ୍ଚେଶ୍ୱରସ୍ଥିତ ୱାର୍ଲï ସ୍କିଲ ସେଣ୍ଟରଠାରେ ରାଜ୍ୟସ୍ତରୀୟ ଓଡିଶା ସ୍କିଲ୍ସ ୨୦୨୧ ପ୍ରତିଯୋଗିତାର ଉଦ୍‌ଯାପନୀ ସମାରୋହ ଆୟୋଜିତ ହୋଇଯାଇଛି । ଓଡ଼ିଶା ସ୍କିଲ ୨୦୨୧ର ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶା ସ୍କିଲ୍ସ ଆମର ଯୁବଗୋଷ୍ଠୀମାନଙ୍କର ପ୍ରତିଭାକୁ ବୃଦ୍ଧି କରିଛି ଏବଂ ବିଶ୍ୱରେ ଶ୍ରେଷ୍ଠ ହେବା ପାଇଁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଏହା ଏକ ପ୍ରକୃଷ୍ଟ ମଞ୍ଚ ଅଟେ ।

ଆଗାମୀ ୪୬ତମ ସାଂଘାଇ ୱାଲର୍ଡ ସ୍କିଲ୍‌ ପ୍ରତିଯୋଗିତାରେ ଓଡ଼ିଶା ମିଶନ ୨-୩-୪ ଅର୍ଥାତ ଦୁଇଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଏବଂ ୪ଟି ତାମ୍ର ପଦକ ହାସଲ କରିବା ଆମର ଲକ୍ଷ୍ୟ ରହିଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି । ଏହି ଅବସରରେ  ମାନ୍ୟବର ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚୀ ଉଦ୍‌ବୋଧନ ଦେଇ କହିଥିଲେ ଯେ ସ୍କିଲ ପ୍ରତିଭାମାନଙ୍କୁ ତିଆରି କରି ରାଜ୍ୟ ତଥା ଦେଶର ସୁନାମ ଆଣିବା ଲକ୍ଷ୍ୟରେ ଓଡିଶା ସ୍କିଲ୍ସ ୨୦୨୧ ଆୟୋଜନ କରାଯାଇଛି । ଓଡ଼ିଶା ସ୍କିଲ୍ସ ୨୦୨୧ ଆତ୍ମପ୍ରତ୍ୟୟର ମଞ୍ଚ ଅଟେ, ଯେଉଁଠାରେ ଏକ ସାଧାରଣ ମଣିଷ ଅସାଧାରଣ ପ୍ରତିଭା ଆବିଷ୍କାର କରିବାର ସୁଯୋଗ ପାଇଥାଏ ବୋଲି ମଧ୍ୟ ଶ୍ରୀ ବାଗ୍‌ଚୀ ପ୍ରକାଶ କରିଥିଲେ ।

ଏହି ଉଦ୍‌ଯାପନୀ ସମାରୋହରେ ମାନ୍ୟବର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ, ସ୍କିଲ କ୍ଷେତ୍ରରେ ଜାତୀୟ ଏବଂ ଅର୍ନ୍ତଜାତୀୟ ସ୍ତରରେ ଓଡିଶା ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି ଏବଂ ୱାର୍ଲï ସ୍କିଲ ପ୍ରତିଯୋଗିତାରେ ଓଡିଆ ଯୁବକ ଏସ ଅଶ୍ୱଥ ନାରାୟଣ ସ୍ୱର୍ଣ୍ଣ ପଦକ ହାସଲ କରିଥିବା କଥା କହିଥିଲେ । ଆଗାମୀ ପ୍ରତିଯୋଗିତାମାନଙ୍କରେ ଓଡିଆ ପୁଅଝିଅ ଅଧିକ ସଂଖ୍ୟକ ପଦକ ହାସଲ କରି ରାଜ୍ୟ ତଥା ଦେଶର ଗୌରବ ବୃଦ୍ଧି କରିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।

ଯୁବଗୋଷ୍ଠୀଙ୍କର ଉତ୍ସାହ ବୃଦ୍ଧି କରି ସେମାନଙ୍କ ପାଇଁ ସୁଯୋଗର ସମ୍ଭାର ସୃଷ୍ଟି କରିବା ଆମର ଲକ୍ଷ୍ୟ ଅଟେ ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ସ୍କିଲ ପ୍ରତିଯୋଗିତା ମାଧ୍ୟମରେ ଆମ ରାଜ୍ୟର ଯୁବଗୋଷ୍ଠୀଙ୍କର ଦକ୍ଷତା ସାରା ବିଶ୍ୱୁ ପ୍ରଦର୍ଶନ କରାଇପାରିବୁ ଏବଂ ସେମାନଙ୍କୁ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାରେ ପ୍ରସ୍ତୁତ କରିବୁ । ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପ୍ରତିଭା ଅନେ୍ୱଷଣର ଏକ ମଞ୍ଚ ଓ ଏହା ପ୍ରତିଯୋଗୀମାନଙ୍କୁ ରାଜ୍ୟ ଏବଂ ଜାତୀୟସ୍ତରରେ ପ୍ରତିନିଧିି କରିବାର ସୁଯୋଗ ଦେଇଥାଏ ବୋଲି ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ତଥା ଓଏସ୍‌ଡିଏ ସିଇଓ ଶ୍ରୀ ରେଘୁ ଜି କହିଥିଲେ ।

ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୪୧ଟି ସ୍କିଲ ନିମନ୍ତେ ବିଭିନ୍ନ ଆଇଟିଆଇ, ପଲିଟେକ୍‌ନିିକ୍‌, ଇଞ୍ଜିନିୟରିଂ କଲେଜ୍‌, ହୋଟେଲ ମ୍ୟାନେଜମେଣ୍ଟ ଅନୁଷ୍ଠାନ ଓ ବିଭିନ୍ନ ସ୍କିଲ ପ୍ରତିଷ୍ଠାନର ୩୯୭ ଜଣ ପ୍ରତିଯୋଗୀ କୃତକାର୍ଯ୍ୟ ହୋଇଥିଲେ । ଭୁବନେଶ୍ୱରର ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ, ସିଭି ରମଣ, ଆଇଏଚ୍‌ଏମ୍‌, ଇଣ୍ଟରନାସନାଲ ମାନେଜମେଣ୍ଟ ଇନଷ୍ଟିଚୁ୍ୟଟ୍‌, କଳିଙ୍ଗ ଇନିଷ୍ଟିଚୁ୍ୟଟ୍‌ ଅଫ୍‌ ଆର୍ଟ୍ସ, ୱାର୍ଲï ସ୍କିଲ ସେଣ୍ଟର, ନିଫଫ, ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର, ଆରଟିଟିସି ବିଏସଏନଏଲ, ଏସଡିଆଇ, ସିଲିକନ ଇନଷ୍ଟିଚୁ୍ୟଟ୍‌ ଅଫ୍‌ ଟେକ୍ନୋଲଜି, ଭିଏଲସିସି , ଇଣ୍ଡଲ ଏବଂ କଟକର ସରକାରୀ ଆଇଟିଆଇ ଭଳି ସର୍ବମୋଟ ୧୫ଟି ସ୍ଥାନରେ ୨୬ ଅଗଷ୍ଟରେ ସମସ୍ତ ସ୍କିଲ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ସାରା ଦେଶରୁ ୫୦ ଜଣ ବିଚାରକଙ୍କୁ ଏହି ପ୍ରତିଯୋଗିତା ନିମନ୍ତେ ଆମନ୍ତ୍ରଣ କରାଯାଇଥିଲା ।

ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନେ ଆଗାମୀ ଆଞ୍ଚଳିକ ଏବଂ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ପ୍ରତିନିଧିିତ୍ୱ କରିବେ । ଜାତୀୟସ୍ତରରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ୨୦୨୨ ସାଂଘାଇରେ ହେବାକୁ ଥିବା ୪୬ତମ ୱାର୍ଲï ସ୍କିଲ୍ସ ପ୍ରତିଯୋଗିତାରେ ଭାଗ ନେବେ । ଆଜିର ଉଦ୍‌ଯାପନୀ ସମାରୋହରେ ୧୩୩ ଜଣ ବିଜେତାଙ୍କୁ ପ୍ରମାଣପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏସ୍‌ଡିଟିଇ ଅତିରିକ୍ତ ସଚିବ, ଶ୍ରୀ ସୁଦର୍ଶନ ପଣ୍ଡା ଏବଂ ଶ୍ରୀ ପିନାକୀ ପଟ୍ଟନାୟକ, ଯୁଗ୍ମ ସଚିବ, ଶ୍ରୀ ଅଜୟ ନାୟକ ଓ ରେଣୁପ୍ରଭା ନାୟକ, ଏସୀୟ ଉନ୍ନୟନ ବ୍ୟାଙ୍କ୍‌ ଓ ଏନ୍‌ଏସ୍‌ଡିସିର ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି

ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି

June 14, 2026
ପାଣ୍ଡବ ଜେନା ଫାଉଣ୍ଡେସନର ଉନବିଂଶ ତମ ମେଧାବୀ ସମ୍ମାନ: ଦ୍ୱିତୀୟ ପର୍ଯ୍ୟାୟରେ ୫୧୨ଜଣ ପିଲାଙ୍କୁ ସମ୍ମାନୀତ ଓ ଆର୍ଥିକ ସହାୟତା ପ୍ରଦାନ

ପାଣ୍ଡବ ଜେନା ଫାଉଣ୍ଡେସନର ଉନବିଂଶ ତମ ମେଧାବୀ ସମ୍ମାନ: ଦ୍ୱିତୀୟ ପର୍ଯ୍ୟାୟରେ ୫୧୨ଜଣ ପିଲାଙ୍କୁ ସମ୍ମାନୀତ ଓ ଆର୍ଥିକ ସହାୟତା ପ୍ରଦାନ

June 14, 2026
ବିରିଡିରେ ରଜ ଉଚ୍ଛବ ପାଳିତ

ବିରିଡିରେ ରଜ ଉଚ୍ଛବ ପାଳିତ

June 13, 2026
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି

ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି

June 14, 2026
ପାଣ୍ଡବ ଜେନା ଫାଉଣ୍ଡେସନର ଉନବିଂଶ ତମ ମେଧାବୀ ସମ୍ମାନ: ଦ୍ୱିତୀୟ ପର୍ଯ୍ୟାୟରେ ୫୧୨ଜଣ ପିଲାଙ୍କୁ ସମ୍ମାନୀତ ଓ ଆର୍ଥିକ ସହାୟତା ପ୍ରଦାନ

ପାଣ୍ଡବ ଜେନା ଫାଉଣ୍ଡେସନର ଉନବିଂଶ ତମ ମେଧାବୀ ସମ୍ମାନ: ଦ୍ୱିତୀୟ ପର୍ଯ୍ୟାୟରେ ୫୧୨ଜଣ ପିଲାଙ୍କୁ ସମ୍ମାନୀତ ଓ ଆର୍ଥିକ ସହାୟତା ପ୍ରଦାନ

June 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version