ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ଏବଂ ଝରିଗାଁ ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମାଝୀ : 12 ଗୋଟି ଗ୍ରାମ ପଞ୍ଚାୟତ ରେ ମାରାଥନ ଗ୍ରସ୍ତ କରି – କଲେଗାଁ ଠାରେ ଆଖଡା ଗୃହ ର ଶୁଭ ଉଦଘାଟନ କରିଥିଲେ

ଓଡ଼ିଶା ତାଜା ନିୟୁଜ୍ (୨୮ ଅଗଷ୍ଟ ଶନିବାର ଝରିଗାଁ :- ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ମହୋଦୟ ଏବଂ ମାନ୍ୟବର ଝରିଗାଁ ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମାଝୀ ମହୋଦୟ ଝରିଗାଁ ବ୍ଲକ ର 12 ଗୋଟି ଗ୍ରାମ ପଞ୍ଚାୟତ ରେ ମାରାଥନ ଗ୍ରସ୍ତ କରି ପ୍ରଥମେ କୁଟ୍ରିଛାପର ଗ୍ରାମପଞ୍ଚାୟତ ଠାରେ ଦକ୍ଷତା ବିକାଶ କେନ୍ଦ୍ର ର ଶୁଭବିଥିପ୍ରସ୍ତର ସ୍ଥାପନ କରିବା ସହିତ କଲେଗାଁ ଠାରେ ଆଖଡା ଗୃହ ର ଶୁଭ ଉଦଘାଟନ କରିଥିଲେ।

ପରେ ବାଣୁଆଗୁଡା ଠାରେ ଗ୍ରାମ ପଞ୍ଚାୟତ ନୂତନ କାର୍ଯ୍ୟାଳୟ ଓ ଦେଉଳକଣା ଠାରେ କଲ୍ୟାଣ ମଣ୍ଡପ ଶୁଭବିଥିପ୍ରସ୍ତର ଓ ବାଞ୍ଜିଆମ୍ବା ଠାରେ ଆଖଡ଼ା ଗୃହ ଶୁଭ ଉଦଘାଟନ ଓ ଏକମ୍ବା ଠାରେ ଗ୍ରାମ ପଞ୍ଚାୟତ ନୂତନ କାର୍ଯ୍ୟଳୟ ଶୁଭ ବିଥିପ୍ରସ୍ତର ଓ ବେଲଗାଁ ଠାରେ ମେଡ଼ିକାଲ ଓ R i ଅଫିସ ର ଶୁଭ ଉଦଘାଟନ କରିଥିଲେ ।

ଏବଂ ଚିତାବେଡା ଠାରେ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ଶୁଭ ବିଥିପ୍ରସ୍ତର ,ନିରଣ୍ଡି ଠାରେ ଆଖଢ଼ା ଗୃହ ,ହଲଦୀଗୁଡ଼ା ଠାରେ ବସୁଧା ପାନୀୟ ଜଳଯୋଗାଣ ପ୍ରକଳ୍ପ ର ଶୁଭ ଉଦଘାଟନ, ଧମନାଗୁଡା ଠାରେ ଦକ୍ଷତା ବିକାଶ କେନ୍ଦ୍ର ,ଡ଼ଙ୍ଗରୀଗୁଡା ଠାରେ ଆଖଡ଼ା ଗୃହ ,ବୀଜାପୁର ଠାରେ ପାନୀୟ ଜଳଯୋଗାଣ ପ୍ରକଳ୍ପ ଶୁଭ ଉଦଘାଟନ, ଚାଟିଗୁଡା ଠରେ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ, ବକଡ଼ାବେଡା ଠାରେ ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଶୁଭ ଉଦଘାଟନ କରିବା ସହିତ ଧୋଡ୍ରା ଠାରେ ଆଖଡ଼ା ଗୃହ ର ଶୁବ ଉଦଘାଟନ କରିଥିଲେ।