No Result
View All Result
ଓଡ଼ିଶା ତାଜା ନିୟୁଜ୍ (୨୭ ଅଗଷ୍ଟ ଶୁକ୍ରବାର ) ବରଗଡ଼ :- ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘ ପକ୍ଷରୁ ଏକ ବୈଠକ ସ୍ଥାନୀୟ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ସଂଘ ର ସଭାପତି ଦୟାନିଧି ପ୍ରଧାନ ଙ୍କ ସଭାପତିତ୍ବ ଅନୁଷ୍ଠିତ ସଭାରେ କଳାକାର ମାନଙ୍କ ପାଇଁ ୭ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ସେଥି ମଧ୍ୟରୁ କୋଭିଡ ପାଇଁ ବହୁ ଦିନରୁ ବେକାର ହୋଇ ବସିଥିବା ଧନୁଯାତ୍ରା କଳାକାର ମାନଙ୍କୁ କଳା ପରିବେଷଣ ପାଇଁ ଅନୁମତି ଦେବା, ପ୍ରକୃତ କଳାକାର ମାନଙ୍କୁ କଳାକାର ସହାୟତା ରାଶି ପ୍ରଦାନ କରିବା,ଅଣ କଳାକାର ମାନଙ୍କୁ ଏହି ତାଲିକା ରୁ ବାଦ ଦେବା, ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘ ଅଫିସ ପାଇଁ ସରକାର ଜମି ଯୋଗାଇ ଦେବା ଆଦି ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା ।

ଏ ସଂକ୍ରାନ୍ତରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ବରଗଡ଼ ଜିଲ୍ଲାପାଳଙ୍କୁ ପ୍ରଦାନ ପାଇଁ ବୈଠକ ରେ ନିଷ୍ପତ୍ତି ଗ୍ରହଣ କରଯାଇଥିଲା । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଜଗଦାନନ୍ଦ ମିଶ୍ର, ଗୋପାଳ ଦାସ,ଝସ କେତନ ପ୍ରଧାନ, ବରୁଣ ସାହୁ, ଆଦିତ୍ୟ ପଣ୍ଡା,ଭଗ୍ୟଧର ବେହେରା, ରମେଶ ମେହେର, ଜଗନ୍ନାଥ ସାହୁ, ରବୀନ୍ଦ୍ର କୁମାର ସାହୁ, ଶୁଶିଲ କୁମାର ମେହେର ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ସଭାରେ ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଜିଲ୍ଲାର କଳାକାରମାନେ ଉପସ୍ଥିତ ଥିଲେ (ସତ୍ୟ ନାରାୟଣ ପ୍ରଧାନ)
No Result
View All Result