No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ଅଗଷ୍ଟ ଗୁରୁବାର ) ବରଗଡ଼ :- ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କୁ ନେଇ ବିଜେଡ଼ି ବିଜେପି ମଧ୍ୟରେ ଚାଲିଥିବା ବିତର୍କ ଆଜି ନୂଆ ମୋଡ଼ ନେଇଛି । ଆଜି ବରଗଡ଼ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ପ୍ରେସ ମିଟରେ ଗତକାଲି ମାନ୍ୟବର ମନ୍ତ୍ରୀ ସୁଶାନ୍ତ ସିଂ କେନ୍ଦ୍ର ବିଜେପି ସରକାର ଙ୍କ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଉପରେ କରିଥିବା ଅଭିଯୋଗ କୁ ବରଗଡ଼ ସା°ସଦ ସୁରେଶ ପୂଜାରୀ ଖଣ୍ଡନ କରିବା ସହ ଏହା ଭିତ୍ତିହୀନ, ଉଦେଶ୍ୟ ମୂଳକ ତଥା ଓଡ଼ିଶା ସରକାରଙ୍କ ଅପାରଗତାକୁ ଲୁଚାଇବାକୁ ଅପଚେଷ୍ଟା ବୋଲି ପ୍ରତି ଅଭିଯୋଗ କରିଥିଲେ ।

ନିଜେ ଓଡ଼ିଶା ସରକାର ଏହି ଯୋଜନାରେ ଅନିୟମିତତା ହୋଇଥିବା ସ୍ବୀକାର କରିଥିବା ସମୟରେ, ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଅଭିଯୋଗ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ମାନ୍ୟବର ସାଂସଦ ସୁରେଶ ପୂଜାରୀ କହିଥିଲେ । ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ, ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ,ଅଶୋକ ପଣ୍ଡା, ରବିନାରାୟଣ ଦାଶ, ସୁରେଶ୍ଵର ଶତପଥୀ ପ୍ରମୁଖ ନେତୃବୃନ୍ଦ ମଞ୍ଚାସୀନ ଥିଲେ । (ସତ୍ୟ ନାରାୟଣ ପ୍ରଧାନ)
No Result
View All Result