No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ଅଗଷ୍ଟ ଗୁରୁବାର) ବରଗଡ଼ :- ବରଗଡ଼ ସହର ଲେଙ୍ଗୁ ମିଶ୍ର ଛକର ଜବର ଦଖଲ ଉଛେଦ ମ୍ୟୁନିସିପାଲଟି ତରଫରୁ ଆରମ୍ଭ ହୋଇଛି । ଏହି କାର୍ଯ୍ୟ ପୋଲିସ ଫୋର୍ସ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କରାଯାଇଥିଲା । ସହର ମଧ୍ୟରେ ଏହି ସ୍ଥାନରେ ଗୋଟିଏ ଲୁହା ଦୋକାନ ଏବଂ ଚା ଦୋକାନ ରହିଥିବା ବେଳେ ରାସ୍ତା ଅବରୋଧ ହୋଇ ସଂକୀର୍ଣ୍ଣ ହୋଇଯାଇଥିଲା । ତେବେ ଦୀର୍ଘକାଳ ହେବ ଏହି ସ୍ଥାନ ଜବର ଦଖଲ ରେ ଥିବା ସତ୍ତ୍ବେ ମ୍ୟୁନିସିପାଲଟି କିମ୍ବା ଜିଲ୍ଲା ପ୍ରଶାସନ ର ନଜର କୁ ଆସି ପାରି ନଥିଲା ।
ପରେ ଏବେକାର ପୈ।ର ଅଧିକାରୀ ଏ ସମ୍ପର୍କରେ ଖୋଳତାଡ଼ କରି ଏହି ସ୍ଥାନ ରେ ବିଗତ ୪୦ ବର୍ଷ ପୂର୍ବରୁ ମ୍ୟୁନିସିପାଲଟି ର ଆବର୍ଜନା ଜମା କରାଯାଇଥିଲା । ପର୍ଯ୍ୟାୟ କ୍ରମେ ସହର ବଢିବା ପରେ ଏହି ସ୍ଥାନ ରେ ଆବର୍ଜନା ପକାଇବା ବନ୍ଦ ହୋଇଯାଇଥିଲା । ପରେ ଏହା ଜବର ଦଖଲ ହୋଇ ଥିବା ସୂଚନା ମିଳିଛି । (ସତ୍ୟ ନାରାୟଣ ପ୍ରଧାନ)
No Result
View All Result