No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ବୁଧବାର ) ଭୁବନେଶ୍ୱର :- ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ନବରଙ୍ଗପୁର ଜିଲ୍ଲାସ୍ଥିତ ପାପଡ଼ାହାଣ୍ଡି ବ୍ଲକ୍ ଶହୀଦ ସ୍ତମ୍ଭଠାରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ବେହେରା ୧୯୪୨ ମସିହା ଅଗଷ୍ଟ ୨୪ର ସେହି ଦିନକୁ ମନେ ପକାଇବା ସହ ଅମର ଶହୀଦମାନଙ୍କ ସେହି ବଳିଦାନ ଓଡ଼ିଆ ପୁଅଙ୍କ ବୀରତ୍ୱର ଗାଥାକୁ ପ୍ରତିପାଦନ କରୁଛି । ସ୍ୱାଧୀନତା ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ଏହି ଘଟଣା ଆମକୁ ଦେଶ, ଜାତି ଓ ରାଜ୍ୟ ପାଇଁ କିଛି କରିବାର ପ୍ରେରଣା ଯୋଗାଇ ଆସୁଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ।

ଆଜିର ଉତ୍ସବରେ ମାନ୍ୟବର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ, ନବର ଙ୍ଗ ପୁର ସାଂସଦ ଶ୍ରୀ ର ମେଶ ଚନ୍ଦ୍ର ମାଝୀ, ଝରିଗାଁ ବିଧାୟକ ଶୀ୍ର ପ୍ରକାଶ ଚନ୍ଦ୍ର ମାଝୀ, ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀଙ୍କ ସହ ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରମାକାନ୍ତ ନାୟକ, ଏଡିଏମ୍ ଭାସ୍କର ରଇତ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ପରମାରସ୍ମିତ ପର୍ଷୋତ୍ତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result